ନୂଆଦିଲ୍ଲୀ: ହରିଆଣାର ଜଣେ ୧୧ ବର୍ଷୀୟ ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛି । ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଆଖି ବୁଜିଛି ଏହି ନାବାଳକ । ଏହି ଐ୫ଘ୧ ଭାଇରସ ପକ୍ଷୀ କିମ୍ୱା କୁକୁଡ଼ାଙ୍କ ଦେହରେ ଦେଖାଯାଏ । ଭାରତରେ ପ୍ରଥମେ ଥର ପାଇଁ ବାର୍ଡ ଫ୍ଲୁରେ ମଣିଷ ପ୍ରାଣ ହରାଇଥିବା କୁହାଯାଉଛି । ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି (ଏନଆଇଭି) ସ୍ପଷ୍ଟ କରିଥିଲା ମୃତ୍ୟୁ ବରଣ କରିଥିବା ୧୧ ବର୍ଷର ବାଳକ ଐ୫ଘ୧ ଭାଇରସରେ ସଂକ୍ରମିତ ଥିଲେ ।