ବିଶ୍ୱ ଫୁସଫୁସ କର୍କଟ ଦିବସ

ପ୍ରତି ବର୍ଷ ଅଗଷ୍ଟ ପହିଲା ବିଶ୍ୱ ଫୁସଫୁସ କର୍କଟ ଦିବସ ପାଳନ କରାଯାଏ । ଏହି ଭୟାବହ ରୋଗ ବାବଦରେ ସଚେତନତା ସୃଷ୍ଟି, ଏହି ଦିବସ ପାଳନର ଲକ୍ଷ୍ୟ । ୨୦୧୫ରେ ଏହି କର୍କଟ ଯୋଗୁ ସାରା ବିଶ୍ୱରେ ସତରେ ଲକ୍ଷ ମଣିଷଙ୍କ ପ୍ରାଣ ଯାଇଥିଲେ । ଫୁସଫୁସ କର୍କଟରେ ଆକ୍ରାନ୍ତ ହେଲେ, ବଂଚିବାର ସମ୍ଭାବନା ମାତ୍ର ୧୭ ପ୍ରତିଶତ ଧୂମପାନ, ରେଡନ୍ ବାଷ୍ପ, ଆଜ୍ବେସ୍ଟସ୍ , ବାୟୁ ପ୍ରଦୂଷଣ ଆଦି ଏହାର ମୁଖ୍ୟ କାରଣ । ଏହା ଜିନ୍ ଦୋଷରୁ ମଧ୍ୟ ହୋଇପାରେ । ଧୂମପାନ କରୁଥିବା ଲୋକେ ଫୁସ୍ଫୁସ୍ କର୍କଟର ଶିକାର ହେବାର ଆଶଙ୍କା ସର୍ବାଧିକ ବିଶ୍ୱର ଏକ ମାତ୍ର ଦେଶ ଭୁଟାନ୍ରେ ୨୦୦୫ରୁ ଧୂମପାନ ନିଷିଦ୍ଧ । ୨୦୦୮ରେ ଆମ ଦେଶରେ ସର୍ବସାଧାରଣରେ ଧୂମପାନକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ଏବେଯାଏଁ ବନ୍ଦ ହୋଇନାହିଁ । ତେବେ, ସିଗାରେଟ୍ –ବିଡିର ବିଜ୍ଞାପନ ଉପରେ ଅଙ୍କୁଶ ଲାଗିବା ପରେ ଯୁବପିଢି ମଧ୍ୟରେ ଧୂମପାନ ଷୋହଳ ପ୍ରତିଶତ କମିଥିବା ପ୍ରକାଶ । ଚାଇନାରେ ଫୁସଫୁସ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ । ଯୁକ୍ତରାଷ୍ଟ୍ର ଆମେରିକା, ଇୟୁରୋପ ଓ ପୂର୍ବ ଏସିଆରେ ଧୂମପାନ ଜନିତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସବୁଠାରୁ ଅଧିକ । ଫୁସଫୁସ କର୍କଟ ଅପେକ୍ଷାକୃତ ଏକ ନୂତନ ରୋଗ । ୧୭୬୧ ପୂର୍ବରୁ ଏହି ରୋଗ ନଥିଲା । ତେବେ ଟବାକୋର ବ୍ୟାପକ ପ୍ରଚଳନ ସହ ଏହି ରୋଗ ବ୍ୟାପିବା ଆରମ୍ଭ ହୋଇଥିଲା ।

Comments (0)
Add Comment