ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ଗତ ୨୪ ଘଂଟାରେ ନୂଆ ୨୬,୫୦୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୪୭୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୧,୬୦୪ରେ ପଂହଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଭାରତରେ କରୋନା ସକ୍ରଂମିତଙ୍କ ସଂଖ୍ୟା ୭,୯୩,୮୦୨କୁ ବୃଦ୍ଧି ପାଇଥିବା ବେଳ ୪,୯୫,୫୧୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବର୍ତମାନ ସୁଦ୍ଧା ୨,୭୬,୬୮୫ ସକ୍ରିୟ ମାମଲା ରହିଛି । ଦେଶରେ ଆରୋଗ୍ୟ ହାର ୬୨,୪୨ ପ୍ରତିଶତ ରହିଛି । ୟୁଏସ ଓ ବାଜିର୍ଲ ପରେ ଭାରତ କରୋନା ଆକ୍ରାନ୍ତରେ ତୃତୀୟ ସ୍ଥାନରେ ରହିଛି ।