ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବନ୍ଦ । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍ ଆଦି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ ୟୁନିୟନ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଛି । ଓଡିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛି । ଏହି କାରଣରୁ ଆସନ୍ତା କାଲି ରାଜ୍ୟରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । ଏହି ବନ୍ଦ ଡାକରାକୁ ଦେଶରେ ଥିବା ୪୦ ହଜାର ଟ୍ରେଡ ଆସୋସିଏସନ ସମର୍ଥନ କରିଛନ୍ତି । ଏହି ବନ୍ଦ ଡାକରାରେ ସର୍ବଭାରତୀୟ ପରିବହନ କଲ୍ୟାଣ ଆସୋସିଏସନ ସାମିଲ ହୋଇଥିବାରୁ ସମଗ୍ର ଦେଶରେ ଚକା ଜାମ ହେବ । ସମସ୍ତ ଗାଡି, ମୋଟର ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିବ । ଉଭୟ ସଂଗଠନ ଇ-ୱେ ବିଲକୁ ସରକାର ପ୍ରତ୍ୟାହାର ଦାବି ସହ ଦେଶରେ ତୈଳ ଦର ଉପରେ ଲାଗୁଥିବା ଟିକସକୁ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି ।