ମହାରାଷ୍ଟ୍ର, ତାମିଲାନାଡୁରେ ଲକ୍ଡାଉନ ଗୁଜବ

ନୂଆଦିଲ୍ଲୀ,୧୩.୬(ଏଜେନ୍ସି): ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏଠାରେ କରୋନା ସ୍ଥିତି ଅଣାୟତ ହୋଇଥିବାରୁ ଏହି ସବୁ ରାଜ୍ୟରେ ପୁଣିଥରେ ଲକ୍ଡାଉନ୍ ଲାଗୁ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ଏନେଇ ଗୁଜବ ପ୍ରଚାର କରାଯାଇ ଲୋକମାନଙ୍କୁ ଭୟଭୀତ କରାଯାଉଥିଲା । କିନ୍ତୁ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ତାମିଲନାଡୁ ସରକାରଙ୍କ ପକ୍ଷରୁ ପୃଥକ-ପୃଥକ ଭାବରେ ବିବୃତି ଜାରି କରାଯାଇ ଏହି ଚର୍ଚ୍ଚାରେ ବିରାମ ଲଗାଯାଇଛି । ମହାରାଷ୍ଟ୍ର ମୁଖମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି, ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ୍ ଲାଗୁ କରିବା ବାବଦରେ ଚିନ୍ତା କରିନାହାନ୍ତି କି ଏନେଇ କୌଣସି ନିର୍ଦେଶ ଦିଆ ଯାଇନାହିଁ । ଏଣୁ ଲୋକମାନେ ଅଯଥା ଭୟଭୀତ ହୁଅନ୍ତୁ ନାହିଁ । ସମସ୍ତେ ସରକାରୀ ମାର୍ଗଦର୍ଶିକାର କରନ୍ତୁ ବୋଲି ସେ ଅପିଲ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ମଧ୍ୟ ପୁଣି ଥରେ ଲକ୍ଡାଉନ୍ ଲାଗୁ ହେବା ନେଇ ଗୁଜବ ପ୍ରଚାର ହୋଇଥିଲା । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଟୁଇଟ କରି ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ।

Comments (0)
Add Comment