ମାଓବାଦୀ ଉଡାଇଲେ ରେଳଲାଇନ୍

ଦାନ୍ତେୱାଡା: ଶୁକ୍ରବାର ବିଳମ୍ବିତ ରାତିରେ ଛତିଶଗଡର ଦାନ୍ତେୱାଡାରେ ନକ୍ସଲମାନେ ଏକ ପାସେଞ୍ଜର ଟ୍ରେନ୍କୁ ଲାଇନଚ୍ୟୁତ କରାଇଥିଲେ । ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇ ନାହାଁନ୍ତି । ପୋଲିସ୍ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।
ଦାନ୍ତେୱାଡା ଏସ୍ପି ଅଭିଷେକ ପଲ୍ଲଭ କହିଛନ୍ତି, ଏହି ପାସେଞ୍ଜର ଟ୍ରେନ୍ରେ ମୋଟ୍ ୩୦ ଜଣ ଯାତ୍ରୀ ଥିଲେ । ଭାନସୀ ଓ ବାଚେଲିି ମଧ୍ୟରେ ନକ୍ସଲଙ୍କ ଦ୍ୱାରା ଟ୍ରେନ୍ଟିକୁ ଲାଇନଚ୍ୟୁତ କରାଯାଇଥିଲା । କିନ୍ତୁ କୌଣସି ଯାତ୍ରୀ ଆହତ ହୋଇନଥିଲେ । ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ ଯବାନମାନେ ଟ୍ରେନ୍ରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପରେ ଏକ ସୁରକ୍ଷିିତ ସ୍ଥାନକୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପରେ ୩୦ ଯାତ୍ରୀଙ୍କୁ ସେମାନଙ୍କ ନିଜ ନିଜ ଘରକୁ ପଠାଯାଇଥିଲା ।

Comments (0)
Add Comment