ଇଟାନଗର: ଅରୁଣାଚଳ ପ୍ରଦେଶର ପପୁମ୍ ପାରେ ଜିଲ୍ଲାରେ ମାଟି ଅତଡା ଧସି ଗୋଟିଏ ପରିବାରର ୪ସଦସ୍ୟଙ୍କ ସହିତ ୮ଜଣ ପ୍ରାଣ ହରାଇଛନ୍ତି । ଗତକାଲି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବା ସହିତ ରାସ୍ତାଘାଟ ଧୋଇହୋଇ ଯାଇଛି । ଟିଗଡୋ ଗ୍ରାମରେ ମାଟି ଅତଡା ଧସିବାରୁ ୮ମାସର ଶିଶୁ ସହିତ ଗୋଟିଏ ପରିବାରର ୮ଜଣ ଜୀବନ୍ତ ପୋତି ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କାରିବା ସହିତ ପ୍ରତି ମୃତକଙ୍କ ପାଇଁ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।