ନୂଆଦିଲ୍ଳୀ: ‘ତୃଣମୂଳ କଂଗ୍ରେସ’ରେ ପୁନଃଯୋଗଦାନ କରିବାର କେଇ ଦିନ ପରେ ମୁକୁଲ୍ ରାୟଙ୍କୁ ଦିଆଯାଇଥିବା ‘ଜେଡ୍ କ୍ୟାଟେଗୋରି ସିକ୍ୟୁରିଟି’କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଥିବା ଆଜି ବିଶେଷସୂତ୍ରରୁ ଜଣାପଡିଛି ।
ଟିଏମ୍ସିକୁ ଫେରିବା ପୂର୍ବରୁ ମୁକୁଲ୍ ରାୟ’ ବିଜେପି’ର ଜାତୀୟ ଉପାଧ୍ୟାୟ ଭାବେ ଦାୟିତ୍ୱ ତୁଲାଉଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଜେଡ୍’ ବର୍ଗର ନିରାପତା ଯୋଗାି ଦିଆଯାଇଥିଲା । ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ରାୟଙ୍କୁ ‘ୱାଇ +’ ସୁରକ୍ଷା ଯୋଗାଇ ଦେଇଥିଲେ ।
‘ଜେଡ୍ ବର୍ଗର କେନ୍ଦ୍ରୀୟ ସୁରକ୍ଷା ପ୍ରତ୍ୟାହାର କରିନେବା ଲାଗି ମୁକୁଲ ରାୟ ଗୃହ ମନ୍ତ୍ରଳାୟକୁ ଅନୁରୋଧ କରି ପତ୍ର ଲେଖିଥିଲେ ।
ତାଙ୍କୁ ପହରା ଦେବା ପାଇଁ ପ୍ରାୟ ୨୨ଜଣ ‘ସିଆରପିଏଫ୍” କର୍ମଚାରୀ ନିଯୁକ୍ତ ହୋଇଥିଲେ । ଏଥିସହ ପ୍ରାୟ ୪-୫ ଜଣ’ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ’ (ଏନ୍ଏସ୍ଜି) କମାଣ୍ଡୋ ମଧ୍ୟ ତାଙ୍କ ପାଇଁ ଯୋଗାଇ ଦିଆଯାଇଥିଲା ।