ମୃତ୍ୟୁ ପରେ ୭ ଜଣଙ୍କୁ ନୂଆ ଜୀବନ ଦେଲା ଅଢେ଼ଇ ବର୍ଷର ଶିଶୁପୁତ୍ର


ଗୁଜୁରାଟ: ନିଜ ଜୀବନ ବଦଳରେ ୭ଟି ଜୀବନ ବଂଚାଇାଲେ ଅଢେ଼ଇ ବର୍ଷର ଶିଶୁ ପୁତ୍ର । ଘଟଣାଟି ଘଟିଛି ଗୁଜୁରାଟ ସୁରଟ ଜିଲ୍ଲାରେ । ମୃତ ଶିଶୁଟିର ନାଁ ଯଶ ଓଝା ତେବେ ମୃତ୍ୟୁ ପୂର୍ବରୁ ଖୁବ୍ କମ୍ ବୟସରେ ଅଙ୍ଗଦାନ କରି ୭ ଜଣଙ୍କ ଜୀବନ ବଂଚାଇ ରେକର୍ଡ ସୃଷ୍ଟି କରିଛନ୍ତି ଯଶ । ସୂଚନା ଅନୁସାରେ ପଡୋଶୀଙ୍କର ଘରେ ଖେଳୁଥିବା ସମୟରେ ଶିଶୁଟି ଦ୍ୱିତୀୟ ମହଲାର ବାଲକୋନୀରୁ ଖସି ପଡ଼ିଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାକୁ ଡାକ୍ତରମାନେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏହାପରେ ଶିଶୁଟିର ଅଙ୍ଗଦାନ କରିବାକୁ ତାର ବାପା ମା’ ନିଷ୍ପତି ନେଇଥିଲେ । ଫଳରେ ସାତଜଣଙ୍କ ଜୀବନ ବଂଚିଯାଇଛି । ପିଲାଟିର ହୃତପିଣ୍ଡ, କିଡନୀ, ଫୁସଫୁସ, ଲିଭର, ଆଖି ଦାନ କରିଛନ୍ତି ଯଶର ବାପା ଓ ମା’ । ଯଶର ହୃତପିଣ୍ଡ ଓ ଫୁସ୍ଫୁସ୍କୁ ବିମାନରେ ଚେନ୍ନାଇ ପଠାଯାଇଥିଲା । ଋଷିଆର ଜଣେ ୪ ବର୍ଷର ଶିଶୁ ଶରୀରରେ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି । ସେହିପରି ଫୁସଫୁସକୁ ୟେକେନର ଜଣେ ୪ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି । ୨ ଯାକ ପ୍ରତିରୋପଣ ଚେନ୍ନାଇର ଏକ ହସ୍ପିଟାଲରେ ହୋଇଛି । ସେଠାରେ ଏହି ଦୁଇ ବିଦେଶୀ ଶିଶୁ ବର୍ଷେ ହେଲା ଚିକିସôିତ ହେଉଥିଲେ । ସେହିପରି ଯଶର କିଡନୀ ଦୁଇଟିକୁ ଜଣେ ୧୩ ବର୍ଷର ଝିଅ ଓ ଆଉ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି । ତାଙ୍କ ଲିଭରକୁ ପ୍ରତିରୋପଣ କରି ୨ ବର୍ଷର ଝିଅର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ଡାକ୍ତର । ଏହି ଅଙ୍ଗଦାନ ପ୍ରକ୍ରିୟାରେ ବଡ଼ ଭୁମିକା ତୁଲାଇଛି ଏନଜିଓ ସଂସ୍ଥା ଡୋନେଟ ଲାଇଫ ।

Comments (0)
Add Comment