ମେ ୨୬ରେ ପ୍ରଥମ ଚନ୍ଦ୍ର ଗ୍ରହଣ

ନୁଆଦିଲ୍ଲୀ: ଚଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଚଳିତ ମାସ ୨୬ ତାରିଖରେ ଦୃଶ୍ୟମାନ ହେବାକକୁ ଯାଉଛି । ଏହା ସମ୍ପୁର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ୨୦୧୯ଜାନୁଆରୀ ୨୧ ତାରିଖ ପରେ ଏହା ପ୍ରଥମ ପୁର୍ଣ୍ଣ ଗ୍ରହଣ ହେବାକୁ ଯାଉଛି । ଗ୍ରହଣ ସମୟରେ ଚନ୍ଦ୍ର ଲୋହିତ ହଳଦିଆ ରଙ୍ଗରେ ଦେଖାଯାଉଥିବାରୁ ଏହାକୁ ବ୍ଲଡ ମୁନ ବୋଲି ମ୍ମ କୁହାଯାଏ । ଏହିଦିନ ଚନ୍ଦ୍ର ପୃଥିବୀର ଅତି ନିକଟତର ହେଉଥିବାରୁ ସେହିଦିନ ସୁପରମୁନ ମ୍ମ ଦେଖିବାକୁ ମିଳିବ । ଅଷ୍ଟ୍ରେଲିଆ, ପଶ୍ଚିମଆମେରିକା କିଛି ଭାଗ, ପଶ୍ଚିମ ଦକ୍ଷିଣ ଆମେରିକା ଏବଂ ଦକ୍ଷୀଣ ପୁର୍ବ ଏସିଆର ନାଗରୀକମାନେ ଏହି ସୁପର ବ୍ଲଡମୁନ ଦେଖିବାକୁ ପାଇବେ । ଚନ୍ଦ୍ରର ପୁର୍ଣ୍ଣ ସମୟ ମାତ୍ର ୧୫ ମିନିଟ ରହିବ ।
ଦ୍ୱିତୀୟ ଚନ୍ଦ୍ରଗ୍ରହଣ ୧୬ ଜଜୁଲାଇ ଗୁରୁପୁର୍ଣ୍ଣିମାରେ ଲାଗୁଛି । ଏହି ଚନ୍ଦ୍ରଗ୍ରହଣରେ ଯେଉଁ ଦୁର୍ଲଭ ଯୋଗ ରହିଛି ତାହା ୧୪୯ ବର୍ଷ ପୁର୍ବେ ୧୮୭୦ ଜୁଲାଇ ୧୨ ତାରିଖ ଗୁରୁ ପୁର୍ଣ୍ଣିମାରେ ପଡିଥିବା ଚନ୍ଦ୍ରଗ୍ରହଣରେ ରହିଥିଲା । ତେବେ ଅନେକ ଲୋକ ଗ୍ରହଣକୁ ଅଶୁଭ ମନେକରୁଥିବାରୁ ଏଥିପାଇଁ ଉଦ୍ଦିଷ୍ଟ ଉପାୟ ଅବଲମ୍ବନ କଲେ ଏହି ଅଶୁଭ ଲକ୍ଷଣ ଦ୍ୱାରା ମଣିଷ ପ୍ରଭାବିତ ହେବନାହିଁ ବୋଲି ଜ୍ୟୋର୍ତିବିଦମାନେ ମତ ଦେଇଥାନ୍ତି ।

Comments (0)
Add Comment