ଜୟପୁର: ରାଜସ୍ଥାନର ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି ଚଳାଇଥିବା ଷଡ଼ଯନ୍ତ୍ର ଧରାପଡ଼ିଛି । ଦୁଇ ବିଜେପି ନେତାଙ୍କ ଟେଲିଫୋନ୍ କଲ୍ ରେକର୍ଡରୁ ଏହି ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ପାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ ଶନିବାର ଭାରତ ମାଲାନୀ ଏବଂ ଅଶୋକ ସିଂହ ମେଟୱାଲା ନାମକ ଦୁଇ ନେତାଙ୍କୁ ରାଜସ୍ଥାନ ପୋଲିସ ସ୍ପେସାଲ ଅପରେସନ ଗ୍ରୁପ ଏସଓଜି ଯଥାକ୍ରମେ ବିୱାର ଓ ଉଦୟପୁରରୁ ଗିରଫ କରିଛି । ମାଲାନୀ ରାଜସ୍ଥାନ ବିଜେପିର ଜଣେ ପ୍ରଭାବଶାଳୀ ନେତା ରାଜସ୍ଥାନରେ ବିଧାୟକମାନଙ୍କୁ କିଣିବା ପାଇଁ ଏହି ଦୁଇ ନେତା ମଧ୍ୟସ୍ଥତା କରୁଥିଲେ । ବିଧାୟକଙ୍କ ପିଛା ୧୫ କୋଟି ଲେଖାଏଁ ଦେବାକୁ କଥା ହୋଇଥିଲେ । ଅଗ୍ରିମ ୧୦ କୋଟି ଦେବା ପାଇଁ କୁହାଯାଇଥିଲା । ସରକାର ଭାଙ୍ଗିବା ବାବଦରେ ବିଜେପି ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ ରଖିଥିବା ଓ କିଣା ହୋଇଥିବା ବିଧାୟକମାନେ ୧ ହଜାରରୁ ୨ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ସମ୍ଭାବନା ଥିବା ସେମାନଙ୍କ କଥାବାର୍ତାରୁ ଜଣାପଡ଼ିଥିଲା । ଜୁନ୍ ୧୩ରେ ହୋଇଥିବା ଏହି କଥୋପକଥନରୁ ପ୍ରକାଶ ଯେ ଗେହଲଟ ସରକାର ଭାଙ୍ଗିଲା ପରେ ବିଜେପିରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ ଓ ସଚିବ ପାଇଲଟଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ଦିଆଯିବ । ଜୁନ ୩୦ ପରେ ଅର୍ଥାତ୍୍ ୧୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ । କୁଶଳଗଡ଼ ବିଧାୟକ ରାମିଲା ଖଡ଼ିଆ ଓ ବାଗିଦୋରା ବିଧାୟକ ମହେନ୍ଦ୍ରଜିତ ସିଂହ ମାଲବିୟଙ୍କ ସହିତ ଏହି ଆଲୋଚନା ହୋଇଥିବା ଏତଲାରେ ଉଲ୍ଲେଖ ରହିଛି । ଏତଲା ପରେ ଏସଓଜି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ସେମାନଙ୍କ ଫୋନ ବାର୍ତାଳାପ ରେକର୍ଡ ସମୟରେ ଅଭିଯୋଗ ସମ୍ପର୍କରେ ଏସଓଜିକୁ ପ୍ରମାଣ ମିଳିଥିଲା । ଏହି ଆଧାରରେ ଏସଓଜି ଭରତ ମାଲାନୀଙ୍କୁ ଶୁକ୍ରବାର ରାତିରେ ଅଟକ ରଖି ପଚରାଉଚରା କରିଥିଲା । ପରେ ତାଙ୍କୁ ଗିରଫ କରିଥିଲା । ଏହି ପ୍ରସଙ୍ଗରେ ଏସ୍ଓଜି ଗେହଲଟ ଓ ଉପ-ମୁଖମନ୍ତ୍ରୀ ସଚ୍ଚିନ ପାଇଲଟଙ୍କୁ ନୋଟିସ ଜାରି ସହ ସେମାନଙ୍କ ମନ୍ତବ୍ୟ ଲିପିବଦ୍ଧ କରିଛି । ସରକାରୀ ଦଳର ମୁଖ୍ୟ ସଚେତକ ମହେଶ ଜୋଷୀଙ୍କୁ ମଧ୍ୟ ନୋଟିସ କୁହାଯାଇଛି । ଏହି ଘଟଣାରେ ଗେହଲଟ ତୀବ୍ର ପ୍ରତିକକ୍ରିୟା ରଖିଛନ୍ତି । ବିଜେପି ଅତ୍ୟନ୍ତ୍ ଲଜ୍ଜାହୀନ କାର୍ଯ୍ୟ କରୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମୟରେ ଏଭଳି ଅନୈତିକ କାର୍ଯ୍ୟ ହେଉ ନ ଥିଲା । ଦେଶ କରୋନା ସଂକ୍ରମଣ ବିପତିରେ ପଡ଼ିଥିବାବେଳେ ବିଜେପି ମାନବିକତା ହରାଇଛି ଓ ସମସ୍ତ ଅନୈତିକତାର ସୀମା ଅତିକ୍ରମ କରିଛି । ଏଭଳି ଲଜ୍ଜାର ସୀମା ରହିବା ଉଚିତ । ଗତ ମାସରେ ଗୁଜରାଟରେ ୭ ବିଧାୟକଙ୍କୁ କିଣି ଦୁଇଟି ରାଜ୍ୟସଭା ଆସନ ପାଇଛନ୍ତି । ମଧ୍ୟପ୍ରଦେଶରେ ୨୪ ବିଧାୟକଙ୍କୁ କିଣି କମଳନାଥଙ୍କ ସରକାରକୁ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି । ଏହା ଅତ୍ୟନ୍ତ ହାସ୍ୟାସ୍ପଦ । ଏହାର ସିବିଆଇ ତଦନ୍ତ ହେବା ଉଚିତ । ସୂଚନାଯୋଗ୍ୟ ଯେ ରାଜ୍ୟ ବିଧାନସଭାର ୨୦୦ ଆସନରୁ କଂଗ୍ରେସର ୧୦୭ ସଦସ୍ୟ ଥିବାବେଳେ ଏହା ଅନ୍ୟ ୩ କ୍ଷୁଦ୍ର ଦଳ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପାଇଛି । ହ୍ନଟ ହୋଇଛନ୍ତି ।