ଲିିବ୍ୟାରେ ୭ଭାରତୀୟ ଅପହୃତ

ନୂଆଦିଲ୍ଳୀ : ଭାରତ ଫେରିବା ବେଳେ ୭ଜଣ ଭାରତୀୟ ନାଗରିକଙ୍କୁ ଲିବ୍ୟାରେ ଅପହରଣ କରାଯାଇଛି । ଏମାନେ ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ ଏବଂ ଉତରପ୍ରଦେଶର ବାସିନ୍ଦା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅନୁରାଗ ଶ୍ରୀବାସ୍ତବ ସାମ୍ବାଦିକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେମାନେ ଲିବ୍ୟାରେ ବିଭିନ୍ନ କନଷ୍ଟ୍ରକସନ ଓ ତୈଳ କମ୍ପାନୀରେ କାମ କରୁଥିଲେ । ବିମାନ ବନ୍ଦରକୁ ଆସିବା ବାଟରେ ସେମାନଙ୍କୁ ଆଶୱାରିଫ ନାମକ ସ୍ଥାନରୁ ଅପହରଣ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଲିବ୍ୟାର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ୨୦୧୫ ସେପ୍ଟେମ୍ବର ମାସରେ ସେହି ଦେଶକୁ ନ ଯିବାକୁ ପରାମର୍ଶ ଦିଆଯାଇଥିଲା । ୨୦୧୬ରେ ଲିବ୍ୟା ଯାତ୍ରା ଉପରେ ସରକାରୀ ଭାବରେ ପ୍ରତିବନ୍ଧକ ଲଗାଯାଇଥିଲା । ଅପହୃତ ଲୋକମାନେ କେବେ ଲିବ୍ୟା ଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତଥାପତି ସରକାର ଟ୍ୟୁନିସିଆ ଦୂତାବାସ, ଲିବ୍ୟା ସରକାର ଓ ଆନ୍ତର୍ଜାତିକ ସଂସ୍ଥା ସହ ଯୋଗାଯୋଗରେ ରହିଛନ୍ତି । ଭାରତୀୟ ନାଗରିକମାନେ ସୁରକ୍ଷିତଥିବା ସୂଚନା ମିଳିଛି ଓ ସେମାନଙ୍କ ପରିବାର ସହ ନିୟମିତ ଯୋଗସୂତ୍ରରେ ସରକାର ରହିଛନ୍ତି । ଖୁବ ଶିଘ୍ର ସେମାନଙ୍କୁ ମୁକ୍ତ କରାଯିବ ବୋଲି ଆଶା ରହିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Comments (0)
Add Comment