ନୂଆଦିଲ୍ଲୀ- ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମ । ରାଷ୍ଟ୍ରମତି ଭବନରେ ରାମନାଥ କୋବିନ୍ଦ ନୂଆ ସିଏଜିଙ୍କୁ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ କେନ୍ଦ୍ର କ୍ୟାବିନେଟ ସଦସ୍ୟ ଉପସ୍ଥିତ ଥିଲେ । ୧୯୮୫ ବ୍ୟାଚ୍ ଗୁଜୁରାଟ କ୍ୟାଡର ଆଇଏଏସ୍ ଅଫିସର ମୁର୍ମୁ ବୁଧବାର ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।