ଶିଳାନ୍ୟାସ ପରେ ମୋଦୀଙ୍କ ବକ୍ତବ୍ୟ


ନୂଆଦିଲ୍ଲୀ- ଭବ୍ୟ ରାମ ମନ୍ଦିର ଶିଳାନ୍ୟାସ ହେବାପରେ ଭକ୍ତଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି, ବହୁ ଦିନ ଅପେକ୍ଷାର ଅନ୍ତ ଘଟିଛି । ପ୍ରଭୁ ରାମଙ୍କ ସତା ବିଲୋପ ପାଇଁ ବହୁ ଉଦ୍ୟମ ସତ୍ୱେ ଏହା ହୋଇପାରି ନାହିଁ । ଆଜି ଆମେ ସଫଳ ହୋଇଛୁ ପ୍ରକାଶ କରି ଜୟଶ୍ରୀରାମ ଧ୍ୱନି ଉଚ୍ଚାରଣ ସହ ମୋଦୀ କହିଲେ, କେବଳ ପ୍ରଭୁ ରାମଙ୍କ ନଗରୀରେ ନୁହେଁ ସମଗ୍ର ବିଶ୍ୱରେ ଏହି ଧ୍ୱନି ଗୁଞ୍ଜରିତ ହେଉଛି । ଆମ ରାମ ଲାଲାଙ୍କ ପାଇଁ ବିଶାଳ ମନ୍ଦିର ତୋଳାଯିବ । ଆଜି ରାମ ଜନ୍ମଭୂମି ଭଗ୍ନ ଚକ୍ରରୁ ମୁକ୍ତ ହୋଇ ପୁଣି ନିର୍ମାଣ ହେବାକୁ ଯାଉଛି । ଏହି ମନ୍ଦିର କୋଟି କୋଟି ଜନତାଙ୍କ ପ୍ରତିବଦ୍ଧତାର ସଙ୍କେତ ହେବ ଓ ଆଗାମୀ ପିଢୀଙ୍କୁ ଉତ୍ସାହ ଦେବ । ରାମ ମନ୍ଦିର ନିର୍ମାଣ ଦ୍ୱାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ଇତିହାସର ପୁନରାବୃତି ହେଉଛି । ଗୋବର୍ଦ୍ଧନ ଉଠାଇବାରେ ପିଲାମାନେ ଯେମିତି ପ୍ରଭୁ କୃଷ୍ଣଙ୍କୁ ସାହାର୍ଯ୍ୟ କରିଥିଲେ ସେହିଭଳି ସମସ୍ତଙ୍କ ଉଦ୍ୟମରେ ମନ୍ଦିର ନିର୍ମାଣ ସମାପନ ହେବ । ରାମ ମନ୍ଦିର ସ୍ୱପ୍ନ ସାକାର ହେଇଥିବାରୁ ସେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସଭାରେ ଯୋଗୀ ଅଦିତ୍ୟନାଥ, ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗତ ଏବଂ ସଭାମଂଚରେ ଉପସ୍ଥିତ ଅନ୍ୟ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।

Comments (0)
Add Comment