ସୁଖୋଇରୁ ‘ରୁଦ୍ରମ’ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

ନୂଆଦିଲ୍ଳୀ: ଗୁରୁବାର ଦିନ ଭାରତ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ହୋଇଥିବା ଆଂଟି-ରେଡିଏସନ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରାଯାଇଛି । ୩ ଅକ୍ଟୋବରରେ ଶୌର୍ଯ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଏହା ଏକ ବଡ ସଫଳତା ଭାବରେ ବିବେଚନା କରାଯାଉଛି । ପୂର୍ବ ଲଦାଖରେ ଚୀନ୍ ସହ ଚାଲିଥିବା ମୁହାଁମୁହିଁରେ ଭାରତ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷଣ କରୁଛି । ସେପ୍ଟେମ୍ବର ୭ରେ ଭାରତ ହାଇପରସୋନିକ୍ ଟେକ୍ନୋଲୋଜି ପ୍ରଦର୍ଶନକାରୀ ଯାନ (ଏଚଏସଟିଡିଭି) ପରୀକ୍ଷର କରିଥିଲା, ଯାହା ସ୍ୱରର ପାଞ୍ଚ ଗୁଣ ବେଗରେ ଗତି କରେ । ୩୦ ସେପ୍ଟେମ୍ବରରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ଷେପଣାସ୍ତ୍ରର କ୍ରୁଜ୍ ସଂସ୍କରଣ ପରୀକ୍ଷା କରାଯାଇଥିଲା, ଯାହାର ପରିସର ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି ।

Comments (0)
Add Comment