ନୂଆଦିଲ୍ଲୀ- ପୈତୃକ ସମ୍ପତି ଉପରେ ଝିଅଙ୍କ ସମାନ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । ଆଇନ ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କ ବାପାଙ୍କ ସମ୍ପତି ଉପରେ ଅଧିକାର ରହିଛି । ପୁଅରି ଯେତିକି ଅଧିକାର ଝିଅର ମଧ୍ୟ ସେତିକି ଅଧିକାର ରହିଛି ବୋଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପିଠରେ ଏହି ରାୟ ଶୁଣାଇଛନ୍ତି । ହିନ୍ଦୁ ଆଇନ ଅନୁସାରେ ବାପାଙ୍କ ଦ୍ୱାରା କିଣା ଯାଇଥିବା ସମ୍ପତି ଏବଂ ଅନ୍ୟଟି ଉତରାଧିକାରୀ ପୂର୍ବପୁରୁଷଙ୍କ ଠାରୁ ମିଳିଥିବା ସମ୍ପତି । ଏହି ଉଭୟ ସମ୍ପତିରେ ପୁଅ- ଝିଅ ସମସ୍ତଙ୍କର ସମାନ ଅଧିକାର ରହିଛି । ଏହି ଆଇନ ଅନୁସାରେ ପିତା କୌଣସି ଜଣଙ୍କୁ ଏହି ସମ୍ପତି ଦେଇ ପାରିବେ ନାହିଁ । ପୈତୃକ ସମ୍ପତି ଉପରେ ଜନ୍ମରୁ ଝିଅର ଅଧିକାର ରହିଛି ।