ସେପ୍ଟେମ୍ବରରେ ଖୋଲିବ ସ୍କୁଲ!

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରଭାବରେ ଦିର୍ଘ ୬ମାସ ଧରି ବନ୍ଦ ରହିଥିବା ଦେଶରେ ସମସ୍ତ ସ୍କୁଲ ଓ କଲେଜକୁ ଆସନ୍ତା ସେପ୍ଟେମ୍ବର ମାସର ୁଖୋଲିବା ପାଇଁ କେନ୍ଦ୍ର ସରକାର ଗୁରୁତର ସହକାରେ ଚିନ୍ତା କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାର ଗଠିତ ମନ୍ତ୍ରିସ୍ତରୀୟ କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଏନେଇ ପ୍ରାର୍ଥମିକ ପର୍ଯ୍ୟାୟରେ ବିଚାର ବିମର୍ସ ଆରମ୍ଭ ହୋଇଥିବା କୁହାଯାଇଛି । ତେବେ ସ୍କୁଲ ଖୋଲିବା ନେଇ କୌଣସି ଚୁଡାନ୍ତ ନିଷ୍ପତି ମନ୍ତ୍ରୀସ୍ତରୀୟ କମିଟି ଗ୍ରହଣ କରିନଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଉଚ୍ଚ ଶ୍ରେଣୀା ଛାତ୍ରଛାତ୍ରୀ ଅର୍ଥାତ୍ ୧୦ମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିପାରେ । ପରବର୍ତୀ ପର୍ଯ୍ୟାୟରେ ଷଷ୍ଠରୁ ୯ମ ଓ ଅକ୍ଟୋବର ୧ ବେଳକୁ ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପାଠପଢିବା ନିମନ୍ତେ ସୁଯୋଗ ଦିଆଯାଇପାରେ । ଏଥିପାଇଁ କେତେକ ସର୍ତ ରଖାଯିବା ସମ୍ଭାବନା ରହିଛି । ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁସାରେ ସେପ୍ଟେମ୍ଭର ୧ କିମ୍ବା ୫ରୁ ସ୍କୁଲ ଖୋଲିପାରେ । ପ୍ରଥମ ୧୫ଦିନ କେବଳ ୧୦ମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିପାରେ ।
ସ୍କୁଲ ଦୁଇ ସିଫ୍ଟରେ ଚାଲିବ । ଗୋଟିଏ ସିଫ୍ଟ ୮ଟାରୁ ୧୧ଟା ଓ ଦ୍ୱିତୀୟ ସିଫ୍ଟ ୧୨ଟାରୁ ୩ଟା ପର୍ଯ୍ୟନ୍ତ ପାଠପଡା ହେବ । ମଝିରେ ୧ ଘଂଟା ବିରତି ରହିବ ଓ ଏହି ସମୟରେ ଶ୍ରେଣୀଗୃହ ସାନିଟାଇଜ୍ କରାଯିବ ।
ସୂଚନା ଯୋଗ୍ୟ ଯେ, ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍କୁଲ ଓ କଲେଗ ଗୁଡିକୁ ଶିକ୍ଷା ବର୍ଷ ଶେଷ ପୂର୍ବରୁ ଗତ ମାର୍ଚ ମାସରୁ ଛୁଟି ଘୋଷଣା କରିଥିଲେ । ଏପରିକି ମଧ୍ୟ ବିନା ପରୀକ୍ଷାରେ ଛାତ୍ରଛାତୀ୍ରଙ୍କୁ ସରକାର ପାସ୍ ଘୋଷଣା କରିଥିଲେ । ସେହିପରି ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଅନରୂପ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏବେବି ବହୁ ରାଜ୍ୟର ବୋଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇନାହିଁ । ଏବେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ।

Comments (0)
Add Comment