ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଚଣ୍ଡିଗଡ଼: ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ଼ା ଏବଂ ତାଙ୍କ ପତ୍ନୀ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ରବିବାର ଦ୍ୱିପହରରେ ହୁଡ଼ାଙ୍କ କାର୍ଯ୍ୟାଳୟରୁ ନିଜେ ଜଣାଇଥିଲେ । ଭୂପେନ୍ଦ୍ର ସିଂ ହୁଡ଼ା ଶନିବାରକୁ କରୋନା ଟେଷ୍ଟ କରିଥିଲେ । ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ସେ କରୋନା ପଜିଟିଭ ଅଛନ୍ତି । ହୁଡ଼ାଙ୍କ ପତ୍ନୀ ଆଶା ହୁଡ଼ା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ି । ଏହି ସମୟରେ ଉଭୟ ଦିଲ୍ଲୀସ୍ଥିତ ତାଙ୍କ ଘରେ ଉପଚାରରେ ଅଛନ୍ତି । ଏହା ପୂର୍ବରୁ ଶନିବାର ଦିନ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା ମଧ୍ୟ କରୋନା ପଜିଟିଭ ଥିଲେ । ହୁଡ଼ା ନିକଟରେ ହରିୟାନାରେ ହୋଇଥିôବା କେତେକ କାର୍ଯ୍ୟକ୍ରମରେ ଭାଗ ନେବା ବ୍ୟତୀତ କିଛି ସ୍ଥାନରେ ମିଡ଼ିଆ ମାନଙ୍କ ଦ୍ୱାରା ଆୟୋଜନରେ ଭାଗ ନେଇଥିଲୋ ହୁଡ଼ା କହିଛନ୍ତିଯେ, ତାଙ୍କ ସମ୍ପର୍କୀୟମାନେ ଘରେ ପୃଥକୀକରଣରେ ରହିବା ସହିତ କରୋନା ଯାଂଚ କରାଇନେବା ଆବଶ୍ୟକ ।

Comments (0)
Add Comment