ହୋମିଓପାଥିକ ଔଷଧ ପିଇ ତିନି ମୃତ

ରାୟପୁର: ମଦର ବିକଳ୍ପ ଭାବି ହୋମିଓପାଥିକ ଔଷଧ ପିଇବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଛତିଶଗଡ ରାଜଧାନୀ ରାୟପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ପୋଲିସ୍ ଅଧିକାରୀ ଆର.କେ ମିଶ୍ର କହିଛନ୍ତି ଯେ, ମେ ୭ରେ ମଦ ନପାଇ ଔଷଧ ପିଇ ଦେବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ରବିବାର ଏହି ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ନାମ ମନୀଷ ବର୍ମା, ଦଳବୀର ସିଂ ପରମାର ଏବଂ ବଲବିନ୍ଦର ସିଂ ବୋଲି ଜଣାପଡିଛି । ସମସ୍ତେ ରାୟପୁର ପାଣ୍ଡାରି ଅଞ୍ଚଳର ବାସିନ୍ଦା ।
ପ୍ରଥମେ ମେ ୭ରେ ମନୀଷ ବର୍ମାଙ୍କର ତାଙ୍କ ଘରେ ମୃତ୍ୟୁ ଘଟିଥିଲା । ଆଉ ଏହି ଦିନ ଡକ୍ଟର ବିଆର ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ପୋଲିସ୍ ଅଧିକାରୀ କହିଛନ୍ତି ।

Comments (0)
Add Comment