ୟୁଜିସିର ଗାଇଡଲାଇନ: ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ଅକ୍ଟୋବର ପହିଲାରୁ ପାଠପଢ଼ା

ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରଭାବରେ ଶିକ୍ଷାକ୍ଷେତ୍ର ଗୁରୁତ୍ୱର ଭାବେ ପ୍ରଭାବିତ ହୋଇଥିଲା ବେଳେ ଗତ ଦେଢ଼ ବର୍ଷ ଧରି ଶିକ୍ଷାନୁଠାନ ଗୁଡିକ ବନ୍ଦ ରହିଛି । ତେବେ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ପାଇଁ ୟୁନିୟନ ଗ୍ରାଣ୍ଡ କମିସନ (ୟୁଜିସି) ନୂଆ ଗାଇଡଲାଇନ ଜାରି କରିଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ଶେଷ କରିବାକୁ କୁହାଯାଇଛି । ସେହିପରି ଆଗାମୀ ଶିକ୍ଷାବର୍ଷ ପାଇଁ ଅକ୍ଟୋବର ୧ ତାରିଖରୁ ପାଠପଢା ଆରମ୍ଭ ହେବ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ସିବିଏସଇ, ଆଇସିଏସଇ ଏବଂ ଅନ୍ୟ ରାଜ୍ୟ ବୋର୍ଡଗୁଡିକ ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରି ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଶେଷବର୍ଷ ପରୀକ୍ଷା ସାରିବାକୁ କୁହାଯାଇଛି । ତେଣୁ ଏହାପରେ ଅର୍ଥାତ ଅଗଷ୍ଟ ୧ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରବେଶିକା ପରୀକ୍ଷା କରାଯିବ । ୩୧ ଅକ୍ଟୋବର ସୁଦ୍ଧା ଖାଲି ସିଟ୍ ପୂରଣ କରି ୩୧ ଡିସେମ୍ବର ମଧ୍ୟରେ ସମସ୍ତ କାଗଜପତ୍ର କାମ ସାରିବେ କଲେଜ ଓ ବିଶ୍ୱବିଦ୍ୟାଳୟ । ତେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେଲେ ଅକ୍ଟୋବର ୧୮ ସୁଦ୍ଧା ନୂଆ ଶିକ୍ଷାବର୍ଷ ଉଚ୍ଚ ଶିକ୍ଷାନୁଷ୍ଠାନ ଆରମ୍ଭ କରିବେ ।

Comments (0)
Add Comment