୧୦ରୁ ୨୪ ରାଜସ୍ଥାନରେ ଲକ୍‌ଡାଉନ୍

ଜୟପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଆସନ୍ତା ୧୦ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଜାରୀ କରିଛନ୍ତି । ଆସନ୍ତା ୧୦ ତାରିଖ ଭୋର୍ ୫ଟାରୁ ରାଜସ୍ଥାନରେ ଲାଗୁ ହେବାକୁ ଥିବା ଏହି ଲକ୍‌ଡାଉନ୍ ୨୪ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ବଳବତର ରହିବ ।
ରାଜ୍ୟବ୍ୟାପୀ ଲକ୍‌ଡାଉନ୍ ପ୍ରଣୟନ କରିବା ଲାଗି ଏକ ଭର୍ଚ୍ୟୁଆଲ୍ ବୈଠକରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଗ୍ରହଣ କରିଥିଲା । ସାମ୍ପ୍ରତିକ ମହାମାରୀ ପରିସ୍ଥିତି କାରଣରୁ ସଂକ୍ରମଣ ଶୃଙ୍ଖଳା ଛିନ୍ନ କରିବା ଲାଗି ‘ଲ୍‌କ୍‌ଡାଉନ୍‌’ ଅପରିହାର୍ଯ୍ୟ ବୋଲି ଏହି ବୈଠକରେ ସ୍ଥିର ହୋଇଥିଲା ।
ଗତକାଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ କହିଥିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ-୧୯ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ‘ଲକ୍‌ଡାଉନ୍‌’ ହିଁ ଏକମାତ୍ର ଉପାୟ । ଯୋଜନାବଦ୍ଧ ହୋଇପାରେ ।

Comments (0)
Add Comment