କୋଲ୍କାତା: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ସରକାର ରାଜ୍ୟରେ ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ସକାଳ ୬ଟାରୁ ଏହି ଲକ୍୍ଡାଉନ୍ ଆରମ୍ଭ ହେବ ।
ଲକ୍ଡାଉନ୍ ଯୋଗୁଁ ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଘରୋଇ ଅଫିସ୍, ସ୍କୁଲ ଓ କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ, ପନିପରିବା, ଫଳ, ଦୁଗ୍ଧ ଏବଂ ପାଉଁରୁଟି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ବଜାର ସବୁ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଲକ୍ଡାଉନ୍ ସମୟରେ ଲୋକାଲ୍ ଟ୍ରେନ୍, ମେଟ୍ରୋ ଏବଂ ଆନ୍ତଃ-ରାଜ୍ୟ ବସ୍-ଟ୍ରେନ୍ ସେବା ମଧ୍ୟ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସର୍ବାଧିକ ଦୈନିକ ସଂକ୍ରମଣ ୨୦,୮୪୬ ରିପୋର୍ଟ କରିଥିଲା । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଙ୍କ୍ରମଣ ସଂଖ୍ୟା ୧୦,୯୪,୮୦୨ରେ ପହଞ୍ଚିଥିବା ସୂଚନା ମିଳିଛି । ସେହିପରି ରାଜ୍ୟରେ ୧୩୬ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହେବାରୁ କରୋନା ମୃତ୍ୟୁ ସଂଖ୍ୟା ୧୨,୯୯୩ରେ ପହଞ୍ଚିଥିବା କଥା ଉକ୍ତ ବୁଲେଟିନ୍ରେ ଉଲ୍ଲେଖ ଅଛି ।