୪ହଜାର କିମି ଲମ୍ବ ରେଳ କରିଡର ନିର୍ମାଣ କରିବ ଭାରତୀୟ ରେଳ


ନୂଆଦିଲ୍ଲୀ- ଦେଶରେ ରେଳ ଭିତିଭୂମି କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ଭାରତୀୟ ରେଳ କେତେକ ବୃହତ ପ୍ରକଳ୍ପର ପରିକଳ୍ପନା କରିଛି ।ଦେଶର ପୂର୍ବ, ପଶ୍ଚିମ ଭାଗରେ ଥିବା ବନ୍ଦର ଓ ଶିଳ୍ପାଚଂଳ ଗୁଡୁକି ଦକ୍ଷିଣ ଭାରତ ସହ ସଂଯୁକ୍ତ କରିବାକୁ ପ୍ରାୟ୪ ହଜାର କିଲୋମଟିର ଲମ୍ବର ଡେଡିକେଟେଡ ଫ୍ରାଇଟ କରିଡର ନିର୍ମାଣ କରାଯିବ । ଏହା ପୂର୍ବ ଓ ଦକ୍ଷିଣ ଭାରତରେ ଥିବା ବିଭିନ୍ନ ବନ୍ଦର ଯଥା ଓଡିଶାର ଧାମରା, ପାରାଦୀପ ଓ ଗୋପାଳପୁର ବନ୍ଦର, ଆନ୍ଧ୍ରପ୍ରଦେଶ, ବିଶାଖାପାଟଣା, ଗଙ୍ଗାଭରମ, କାକିନାଡା, କ୍ରିଷ୍ଣାପଟ୍ଟନମ ଓ ମଚଇଲିପଟ୍ଟନମ ବନ୍ଦରକୁ ରେଳ ନେଟୱାର୍କ ସହ ଯୋଡିବ । ଏହା ଦ୍ୱାରା ଦେଶର ଶଳ୍ପାଂଚଳକ ବିକାଶ ତ୍ୱାରାନ୍ୱିତ ହେବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Comments (0)
Add Comment