୪୦ ଲକ୍ଷ ଶ୍ରମିକ ପାଇବେ ବେକାରି ଭତା

ନୂଆଦିଲ୍ଲୀ: କରୋନା ମହାମରୀ ପ୍ରଭାବରେ ଚାକିରି ହରାଇଥିବା କ୍ଷେତ୍ରର ଶ୍ରମିକମାନଙ୍କୁ ମିଳିବ ବେକାରି ଭର୍ତା । କର୍ମଚାରୀ ବୀମା ନିଗମ (ଇଏସ୍ଆସି) ଜରିଆରେ ଏହାର ସଦସ୍ୟମାନଙ୍କୁ ଏହି ସୁବିଧା ମିଳିବ । ଏହାର ବିଜ୍ଞପ୍ତିକୁ କେନ୍ଦ୍ର ସରକାର ଜାରି ରଖିଛନ୍ତି । ବେକାରି ଭର୍ତା ଭାବେ ଶ୍ରମିକମାନଙ୍କୁ ବେତନର ୫୦ ପ୍ରତିଶତ ରାଶି ପ୍ରଦାନ କରାଯିବ । ଏହି ଯୋଜନା ଦ୍ୱାରା ଇଏସ୍ଆଇସିର ସଦସ୍ୟ ଥିବା ପ୍ରାୟ ୪୦ ଲକ୍ଷ ଶ୍ରମିକ ଉପକୃତ ହେବେ । ଏହି ଯୋଜନାକୁ ସରକାର ଆକର୍ଷଣୀୟ କରିଛନ୍ତି । ବେକାର ହୋଇପଡ଼ିଥିବା ଶ୍ରମିକମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ୫୦ ପ୍ରତିଶତତ ବେକାରି ଭର୍ତା ପ୍ରଦାନ କରାଯିବ । ଯେଉଁ ଶ୍ରମିକମାନେ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ଭିତରେ ଚାକିରି ହରାଇବେ ସେମାନଙ୍କୁ ଏହି ଭତା ଦିଆଯିବ । ଇଏସ୍ଆଇସିର ସଦସ୍ୟ ଥିବା ଯେଉଁ ଶ୍ରମିକମାନେ ଚାକିରି ହରାଇଛନ୍ତି ସେମାନେ ବେକାରି ଭତା ପାଇଁ ଆବେଦନ କରିପାରିବେ । ସେମାନଙ୍କୁ ହାରାହାରି ବେତନର ୫୦ ପ୍ରତିଶତ ରାଶି ଭର୍ତା ଆକାରରେ ଦିଆଯିବ । ପୂର୍ବରୁ ଏହି ସୀମା ୨୫ ପ୍ରତିଶତ ଥିଲା । ଏହି ଯୋଜନାକୁ ଚଳିତ ବର୍ଷ ଜୁଲାଇ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଛି । ମୋଟ ଉପରେ ଏହି ଯୋଜନା ଦ୍ୱାରା ୪୧, ୯୪, ୧୭୬ ଜଣ ଶ୍ରମିକ ଲାଭବାନ ହେବେ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ଇଏସ୍ଆଇସିକୁ ୬୭୧୦,୬୮ କୋଟି ବ୍ୟୟ କରିବାକୁ ପଡ଼ିବା ଇଏସ୍ଆଇସି ହେଉଛି ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା ଯାହା ମାସିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ଶ୍ରମିକମାନଙ୍କୁ ଇଏସ୍ଆଇ ସ୍କିମ୍ ଅଧୀନରେ ବୀମା ସୁବିଧା ଯୋଗାଇ ଦେଉଛି । ଏହି ଯୋଜନାର ଲାଭ ପାଇବାକୁ ହେଲେ ବେକାର ହୋଇଥିବା କର୍ମଚାରୀମାନଙ୍କୁ ଇଏସ୍ଆଇସି ଶାଖାରେ ପହଂଚି ଆବେଦନ କରିବାକୁ ପଡ଼ିବା ସବୁ କାଗଜପତ୍ର ଯାଂଚ କରିବା ପରେ ଆବେଦନକାରୀଙ୍କ ବ୍ୟାଙ୍କ ଖାତାରେ ଭର୍ତା ବାବଦ ଟଙ୍କା ଜମା କରାଯିବ । ଏଥିପାଇଁ ଆଧାର ନମ୍ବର ସହାୟତା ନିଆଯିବ । ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନସି (ସିଏମ୍ଆଇଇ) ରିପୋର୍ଟ ଅନୁସାରେ ପ୍ରାୟ ୧.୯ କୋଟି ଲୋକ ଚାକିରି ହରାଇଛନ୍ତି । କେବଳ ଜୁଲାଇରେ ୫୦ ଲକ୍ଷ ଲୋକଙ୍କ ଚାକିରି ଚାଲିଯାଇଥିଲା ।

Comments (0)
Add Comment