ନୂଆଦିଲ୍ଲୀ: ଚୀନ୍ ସହ ସୀମା ବିବାଦ, କରୋନା ବିରୋଧୀ ଲଢେ଼ଇ ଏବଂ ଦେଶାର ଅର୍ଥନୀତି ଆଦି ପ୍ରସଙ୍ଗ ନେଇ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ମୁଡ୍ ଅଫ୍ ଦି ନେସନ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ସର୍ଭେରେ ୧୯ଟି ରାଜ୍ୟକୁ ସାମିଲ କରାଯାଇଥିଲା । ଏବଂ ୧୯ଟି ରାଜ୍ୟକୁ ସାମିଲ କରାଯାଇଥିଲା । ଏବଂ ୧୨ ହଜାର ୨୧ ଜଣଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା । ସର୍ଭେରେ ଅଂଶ ଗ୍ରହଣ କରିଥିବା ୮୪ ପ୍ରତିଶତ ଲୋକ କହିଛନ୍ତି ଯେ ଭାରତ ଚୀନ୍ ଉପରେ ଆଦୌ ଭରସା କରିପାରିବ ନାହିଁ । ୫୯ ପ୍ରତିଶତ ଲୋକ କହିଛନ୍ତି ସୀମା ବିବାଦର ଅବସାନ ପାଇଁ ଭାରତ ଚୀନ୍ ସହ ଯୁଦ୍ଧ କରିବା ଆବଶ୍ୟକ । ୩୪ ପ୍ରତିଶତ ଲୋକ କହିଛନ୍ତି ଚୀନ୍ ସହ ଯୁଦ୍ଧ କରିବା ଉଚିତ ହେବନାହିଁ । ୭୨ ପ୍ରତିଶତ ଲୋକଙ୍କ ମତରେ ଭାରତ ଚୀନ୍ ସହ ଯୁଦ୍ଧରେ ବିୟୟୀ ହୋଇପାରିବ । ୯ ପ୍ରତିଶତ ଲୋକ କହିଛନ୍ତି ଚୀନ୍ ସହ ଲଢେ଼ଇରେ ଭାରତ ଜିତି ପାରିବ ନାହିଁ । ଚୀନ୍ ବିରୋଧରେ ଆପ୍ ବ୍ୟାନ୍ଠାରୁ ଆରମ୍ଭ କରି ସରକାର ଅନ୍ୟ ଯେଉଁ କଟକଣା ପଦକ୍ଷେପ ନେଇଛନ୍ତି ତାହାକୁ ୯୧ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି । ମନମୋହନ ସିଂହ ସରକାରଙ୍କ ଆର୍ଥିକ ପ୍ରଦର୍ଶନ ତୁଳନାରେ ମୋଦୀ ସରକାରଙ୍କ ପ୍ରଦର୍ଶନ ଅଧିକ ଭଲ ବୋଲି ୪୩ ପ୍ରତିଶତ ଲୋକ କହିଥିବା ବେଳେ ୪୫ ପ୍ରତିଶତ ଲୋକ କହିଛନ୍ତି ଯେ ଉଭୟ ସରକାରଙ୍କ ଆର୍ଥିକ ପ୍ରଦର୍ଶନ ପ୍ରାୟ ସମାନ । ୪୮ ପ୍ରତିଶତ ଲୋକ କହିଛନ୍ତି ଯେ ସରକାର କରୋନା ବିରୋଧ ଲଢେ଼ଇରେ ଭଲ କାମ କରିଛନ୍ତି । ଅନ୍ୟପକ୍ଷରେ ୨୯ ପ୍ରତିଶତ ଲୋକ କହିଛନ୍ତି ସରକାର ଏ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି । ୧୫ ଜୁଲାଇରୁ ୨୭ ଜୁଲାଇ ମଧ୍ୟରେ ଏହି ସର୍ଭୋ କରାଯାଇଥିଲା ଏବଂ ଏଥିରେ ୫୨ ପ୍ରତିଶତ ପୁରୁଷ ଏବଂ ୪୮ ପ୍ରତିଶତ ମହିଳା ସାମିଲ ଥିଲେ । ଅନ୍ୟ ଦେଶ ତୁଳାନାରେ ଭାରତର କୋଭିଡ ଲଢେ଼ଇ ଭଲ ବୋଲି ୪୩ ପ୍ରତିଶତ ଲୋକ କହିଥିଲେ ଯେ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତ କୋଭିଡ ମୁକାବିଲା ଖରାପ ରହିଛି ବୋଲି ସରକାରଙ୍କ ଦାବିକୁ ୩୪ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି । ୩୮ ପ୍ରତିଶତ ଲୋକ କହିଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ସମସ୍ୟା ସତ୍ୱେ ଲୋକଙ୍କକ ଜୀବନ ରକ୍ଷା ହୋଇପାରିଛି । ୨୫ ପ୍ରତିଶତ ଲୋକ ସରକାରଙ୍କ ଏହି ଦାବିକୁ ଗ୍ରହଣ କରିନାହାନ୍ତି ।