‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନଭେମ୍ବର ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଏହି ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହାର ଉଦେଶ୍ୟ ହେଉଛି ଭାରତର ସମୃଦ୍ଧ ଖାଦ୍ୟ ସଂସ୍କୃତି ସହିତ ବିଶ୍ୱକୁ ପରିଚିତ କରାଇବା । ଏ ନେଇ ମନ୍ତ୍ରଣାଳୟର ସଚିବ ଅନୀତା ପ୍ରବୀଣ କହିଛନ୍ତି ଯେ ଏହି ପ୍ରଦର୍ଶନୀରେ ୨୩ଟି ରାଜ୍ୟ ତଥା ଅନେକ ଦେଶର ପ୍ରାୟ ୧୨୦୦ ହିତାଧିକାରୀ ସେମାନଙ୍କ ପ୍ରସ୍ତୁତ ଦ୍ରବ୍ୟ ପ୍ରଦର୍ଶନ କରିବେ ।

Comments (0)
Add Comment