ନୂଆଦିଲ୍ଲୀ- ରାଜଧାନୀରେ କରୋନା ସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି । ତେଣୁ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିର୍ଦେଶ ଦେଇଛନ୍ତି । କରୋନା ଲକଡାଉନ ପାଇଁ ଅନଲାଇନ କ୍ଲାସ ଜାରି ରହିବ । ସମସ୍ତ ସରକାରୀ, ବେସରକାରୀ, ସହାୟକ, ଏନଡିଏମସି ଛାତ୍ରଛାତ୍ରୀ ଘରେ ରହି ଅନଲାଇନ ଜରିଆରେ ପାଠପଢୁଛନ୍ତି ।ତେଣୁ ସ୍କୁଲ ବନ୍ଦ ରହିଲେ କୌଣସି ଅସୁବିଧା ହେବ ନାହିଁ । ଏହି ସମୟରେ ସ୍କୁଲ, କଲେଜ ଖୋଲା ଯାଏ ତେବେ ଅଧିକ ସମସ୍ୟା ଉପୁଜିବ ।ଏପର୍ଯ୍ୟନ୍ତ କରୋନା ଟିକା ବାହାରି ନାହିଁ । ତେଣୁ ଆମେ ସଚେତନ ରହିବା ଉଚିତ୍ ।ସ୍କୁଲ ଖୋଲିଲା ପରେ ନୂଆ ଡାଂଚାରେ ପାଠପଢା ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବୋଲି ସିସୋଦିଆ କହିଛନ୍ତି ।