ନୂଆଦିଲ୍ଲୀ- ରାଷ୍ଟ୍ରାୟତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ୟେସ୍ ବ୍ୟାଙ୍କରେ ୧୭୬୦ କୋଟି ଟଙ୍କା ନିବେଶ କରିବେ ବୋଲି ଜଣାପଡିଛି । ବ୍ୟାଙ୍କର କାର୍ଯ୍ୟନିର୍ବାହୀ କମିଟି ଏ ସଂକ୍ରାନ୍ତରେ ନିଷ୍ପତି ଗ୍ରହଣ କରିଛି । ତେବେ ଚଳିତବର୍ଷ ମାର୍ଚ୍ଚରେ ଏସବିଆଇ ବୋର୍ଡ ୟେସ୍ ବ୍ୟାଙ୍କରେ ୭୨୫୦ କୋଟି ଟଙ୍କା ନିବେଶକୁ ମଞ୍ଜୁରି ଦେଇଥିଲେ । ସୂଚନା ଅନୁସାରେ ଚଳିତବର୍ଷ ରିଜର୍ଭ ବ୍ୟାଙ୍କ ବୋର୍ଡ ୟେସ୍ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ଆଣିଥିଲା ।