୨୫ ତାରିଖରୁ ଆରମ୍ଭ ହେବ ବିମାନସେବା

ନୂଆଦିଲ୍ଲୀ: ମାର୍ଚ ମାସରୁ ବନ୍ଦ ଥିବା ଯାତ୍ରୀବାହୀ ବିମାନ ସେବା ପୁଣି ଆରମ୍ଭ ହେବ । ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନକୁ କିଛି ପରିମାଣରେ କୋହଳ କରାଯାଇ ବସ୍, ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ହୋଇଛି । ଆସନ୍ତା ୨୫ ତାରିଖରୁ ଆଂଶିକ ଭାବରେ ଦେଶରେ ବିମାନସେବା ଆରମ୍ଭ ହେବ । ମେଟ୍ରୋ ସହର ସହିତ କିଛି ସହରକୁ ପ୍ରଥମ ପର୍ଯ୍ୟାୟରେ ବିମାନ ଚଳାଚଳ ଆରମ୍ଭ ହେବ । ତେବେ କେଉଁ ସହରକୁ ପ୍ରଥମରେ ବିମାନ ଉଡ଼ାଣ ହେବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବିମାନ ଚଳାଚଳ ସମୟରେ ବିମାନର ପରିଚାରକ ଓ ଯାତ୍ରୀ ନିର୍ଦିଷ୍ଟ ମାର୍ଗଦର୍ଶିକାକୁ ମାନିବାକୁ ବାଧ୍ୟ । ଯାତ୍ରା ସମୟରେ ବିମାନ ଭିତରେ ଓ ବିମାନବନ୍ଦରରେ ସାମାଜିକ ଦୂରତ୍ବ ଅବଲମ୍ବନ, ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପରି କେତେକ ଅନିବାର୍ଯ୍ୟ କାର୍ଯ୍ୟ କରିବାକୁ ପଡ଼ିବ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିୟମ ଜାରି କରିବ ।  ବିମାନର ପରିଚାରକ ଓ ଯାତ୍ରୀ ନିର୍ଦିଷ୍ଟ ମାର୍ଗଦର୍ଶିକାକୁ ମାନିବାକୁ ବାଧ୍ୟ । ଯାତ୍ରା ସମୟରେ ବିମାନ ଭିତରେ ଓ ବିମାନବନ୍ଦରରେ ସାମାଜିକ ଦୂରତ୍ବ ଅବଲମ୍ବନ, ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପରି କେତେକ ଅନିବାର୍ଯ୍ୟ କାର୍ଯ୍ୟ କରିବାକୁ ପଡ଼ିବ ।

Comments (0)
Add Comment