ନୂଆଦିଲ୍ଲୀ- ଚାଇନା ଆପ ଟିକଟିକ ଉପରେ ପ୍ରତିବନ୍ଧକ ଲାଗିବା ପରେ ବାଇଟଡାନ୍ସକୁ ୪୫,୦୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡିବ ବୋଲି ଚୀନ ରାଷ୍ଟ୍ରୟତ ଗଣମାଧ୍ୟମ ଗ୍ଳୋବାଲ ଟାଇମ୍ସ ରିପୋର୍ଟ କରିଛି । ଟିକଟକ ପାଇଁ ଭାରତ ରାଜସ୍ୱର ମୁଖ୍ୟ ଉତ୍ସ ନଥିଲେ ମଧ୍ୟ ଏହି ଆପକୁ ଅଧିକାଂଶ ଡାଉନଲୋଡ କରିବାରେ ଭାରତ ଶୀର୍ଷ ଦେଶମାନଙ୍କ ମଧ୍ୟରେ ଥିଲା । ଗ୍ଳୋବାଲ ଟାଇମ୍ସ ରିପୋର୍ଟ କହିବା ମୁତାବକ ଗତ କିଛି ବର୍ଷ ମଧ୍ୟରେ ବାଇଟଡାନ୍ସ ଭାରତୀୟ ବଜାରରେ ୧ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛି ଏବଂ ଭାରତର କମ୍ପାନୀ ବ୍ୟବସାୟ ଉପରେ ଅଧିକ ପ୍ରଭାବ ପକାଇପାରେ । ଅନ୍ୟ ସମସ୍ତ ଆପ ଠାରୁ ଟିକଟକି ଅଧିକ କ୍ଷତି ସହିବ ବୋଲି ଗ୍ଲୋବଲ ଟାଇମ୍ସ କହିଛି । ମୋବାଇଲ ଆପ ଆନାଲିସିସ କମ୍ପାନୀରୁ ମିଳିଥବା ସୂଚନା ଅନୁସାରେ ଟିକଟକ ମେ ମାସରେ ୧୧୨ ମିଲିୟନ ଥର ଡାଉନଲୋଡ ହୋଇଛି ଏବଂ ଏଥିରୁ ମୋଟ ୨୦ ପ୍ରତିଶତ ଭାରତୀୟ ।