ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ- ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ବିମାନରେ ଯାତ୍ରା କରିବା ପୂର୍ବରୁ ତିନି ସପ୍ତାହ ମଧ୍ୟରେ ଯାତ୍ରୀ ଜଣକ କରୋନା ପଜିଟିଭ ନଥିବା ନେଇ ସ୍ୱ-ଘୋଷଣାନାମା କରିବାକୁ ହେବ । ଏନେଇ ମନ୍ତ୍ରାଳୟ ପକ୍ଷରୁ ବିମାନ କମ୍ପାନୀ ଗୁଡିକୁ ନିର୍ଦେଶ ଦିଆଯାଇଛି । ଯଦି କୌଣସି ବ୍ୟକ୍ତି କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି ତେବେ ଡାକ୍ତରଖାନାରୁ ସାର୍ଟିଫିକେଟ ଦେବାକୁ ପଡିବ । ଗତ ମେ ୨୧ରେ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିୟମ ଜାରି କରାଯାଇଥିଲା ।

Comments (0)
Add Comment