ଜାତୀୟ ମତ୍ସ୍ୟ ଚାଷ ଦିବସ

ଆଜି ହେଉଛି ଜାତୀୟ ମତ୍ସ୍ୟ ଚାଷୀ ଦିବସ । ତେବେ ସର୍ବପ୍ରଥମେ ୧୯୫୭ ଜୁଲାଇ ୧୦ତାରିଖରେ ଡା. ହିରାଲାଲ ଚୌଧୁରୀ ଓ ଡା କେ.ଏଚୁ ଆଲିକୁଣ୍ଡି କଟକରେ ପ୍ରଥମେ ମାଛ ଯୋଜନା ଆରମ୍ଭ କରିଥିଲେ । ଏଥିରେ ଭାରତୀୟ କୃଷି ଗବେଶଣା କେନ୍ଦ୍ରର ଅନ୍ୟତମ ଅନୁଷ୍ଠାନ । କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଚାଷ ପ୍ରତିଷ୍ଠାନ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ଏହା ପୂର୍ବରୁ ମତ୍ସ୍ୟ ଚାଷୀ ସାଧାରଣତଃ ନଦୀରୁ ମାଛ ସଂଗ୍ରହ କରୁଥିବା ବେଳେ ଏହା ସେତେ ଉତ୍ସାହ ଜନକ ନଥିଲା । ତେବେ ମତ୍ସ୍ୟ ପ୍ରଜନନ ଯୋଗୁ ଏହି କ୍ଷେତ୍ରରେ ଜାଆଁଳମାନେ ବଢିବା ସହିତ ମାଛଙ୍କ ସଂଖ୍ୟା ଓ ଆକାର ବୃଦ୍ଧି ପାଇବା ସୁବିଧା ଜନକ ହୋଇଥିଲା ବୋଲି (ସିଫା) ନିର୍ଦେଶକ ଡା.ଆମ୍ବେକର ଇ. ଏକନାଥ କହିଛନ୍ତି ।

ତେବେ କୁହାଯାଇଛି ୨୦୦୨ ଓ ୨୦୦୩ ରେ ୧୬ ବିଲିୟନ ମାଛ ଜାଆଁଳ ଉତ୍ପାଦନ କରାଯାଇଥିବା ବେଳେ ଏହା ୨୦୦୬ ଓ ୨୦୦୭ ରେ ବଢି ୩୨ ବିଲିୟନ ହୋଇଥିଲା । ତେବେ ସୂଚନା ଅନୁସାରେ ଗତ ଦୁଇବର୍ଷ ହେଲା ଉନ୍ନତମାନର ମାଛ ଜାଆଁଳ ଭାରତୀୟ ମତ୍ସ୍ୟ ଚାଷ ବିଭାଗ ଉତ୍ପାଦନ କରୁଛି ଯାହା ମାଛଚାଷୀ ଙ୍କ ପାଇଁ ଫଳପ୍ରଦ ହେବ ବୋଲି କହିଛନ୍ତି ଡା.ଏକେନାଥ । ତେବେ ଏହି ଦିବସକୁ ପାଳନ କରିବାକୁ ଯାଇ ଏସିଏଆର କର୍ମକର୍ତାମାନେ ଗାଁ ଗାଁ ବୁଲି ମହିଳାଙ୍କ ଠୁ ନେଇ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି କିପରି ମତ୍ସ୍ୟ ଚାଷ କରି ନିଜର ଗୁଜୁରାଣ ମେଂଟାଇ ପାରିବେ । ଏଥିରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ବାଟ ବତାଇ ଥାନ୍ତି । ଏହି ମତ୍ସ୍ୟ ଚାଷ ଦ୍ୱାରା ଅନେକ ଲୋକ ଲାଭବାନ ମଧ୍ୟ ହୋଇଛନ୍ତି ।

Comments (0)
Add Comment