ପେଟ୍ରୋଲ ଦର ସ୍ଥିର ରହି ଡିଜେଲ ଦର ବୃଦ୍ଧି


ନୂଆଦିଲ୍ଲୀ- କ୍ରମାଗତ ଭାବେ ବଢିଚାଲିଛି ତୈଳ ଦର । ଶନିବାର ପେଟ୍ରୋଲ ଦର ସ୍ଥିତର ରହି ଡିଜେଲ ଦର ୧୭ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଡେଜେଲ ଦର ଲିଟର ପିଛା ୮୧.୫୨ଟଙ୍କା ରହିଛି । ପୂର୍ବରୁ ଏହା ୮୧.୩୫ ଟଙ୍କା ଥିଲା । ଦିଲ୍ଲୀରେ ପେଟ୍ରୋଲ ଅପେକ୍ଷା ଡିଜେଲ ଦର ଅଧିକ ରହିଛି । କୋଭିଡ-୧୯ ସମୟରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ୯.୫ ଓ ୧୧.୫ ଟଙ୍କା ବୃଦ୍ଧି ପାଇଛି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତାର କାରଣ ପାଲିଟିଛି ।

Comments (0)
Add Comment