ତୈଳ ଦର ବୃଦ୍ଧିକୁ ନେଇ ବିଜେପିକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ- ତେଲ ଦର ବୃଦ୍ଧିକୁ ନେଇ କଂଗ୍ରୋସ ଉପାଧ୍ୟକ୍ଷା ସୋନିଆ ଗାନ୍ଧୀ ବିଜେପିକୁ ଘେରିଛନ୍ତି । କ୍ରମାଗତ ଭାବେ ତେଳ ଦର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ତୈଳ ଦରରେ ବେକ୍ର ଲଗାଇବା ପାଇଁ ସେ ଦାବି ଉଠାଇଛନ୍ତି । ସମଗ୍ର ଦେଶ ଏବେ କରୋନା ସହ ଲଢୁଛି । କରୋନା ଲକଡାଉନ ପାଇଁ ଆର୍ଥିକ ପରିସ୍ଥିତି ଭୁଶୁଡି ପଡିଛି । ତେଣୁ ଏଭଳି ପରିସ୍ଥିତିରେ ତୈଳ ଦର ବୃଦ୍ଧି ସାଧାରଣ ଲୋକମାନଙ୍କ ଚିନ୍ତାର କାରଣ ପାଲଟିଛି । ତୈଲ ଦର ବୃଦ୍ଧିକୁ ନେଇ ଆୟୋଜିତ ଏକ ରାଲିରେ ଯୋଗଦେଇ ସୋନିଆ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି । ଏହି ରାଲିରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରିୟଙ୍କାଗାନ୍ଧୀ ଓ ଅନ୍ୟାନ୍ୟ ଦଳୀୟ ନେତାମାନେ ଯୋଗଦେଇ ମହାମାରୀ ସମୟରେ ବିଜେପି ସରକାର ତୁରନ୍ତ ତେଲ ଦର ହ୍ରାସ କରନ୍ତୁ ବୋଲି ଦାବି କରିଛନ୍ତି ।

Comments (0)
Add Comment