ନୂଆଦିଲ୍ଲୀ- କାନପୁର- ଆଗ୍ରା ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ କରିଛନ୍ତି ଉତର ପ୍ରଦେଶ ଯୋଗୀ ସରକାର । ଯାହାକି ଚୀନକୁ ଆଉ ଏକ ଝଟକା ଲାଗିଛି । ସେହିପରି ଚୀନ ସହ ଚୁକ୍ତି ହୋଇଥିବା ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ ରୋକ ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ଟେଣ୍ଡର ବାତିଲ କରିବାପରେ ଏହି ପ୍ରକଳ୍ପକୁ ବମ୍ବାର୍ଡିୟର ଟ୍ରାନ୍ସପୋର୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଛି । ଉତରପ୍ରଦେଶ ମେଟ୍ରୋ ରେଳ ନିଗମ ପକ୍ଷରୁ କାନପୁର ଏବଂ ଆଗ୍ରା ମେଟ୍ରୋ ପ୍ରକଳ୍ପ ପାଇଁ ମେଟ୍ରୋ ଟ୍ରେନ ଯୋଗାଣ, ପରୀକ୍ଷଣ ଚାଲୁ କରିବା ସହିତ ଟ୍ରେନ କଂଟ୍ରୋଲ ଓ ସିଗନାଲିଂ ସିଷ୍ଟମ ପାଇଁ ଟେଣ୍ଡର ଆହ୍ୱାନ କରିଥିଲା । ଚୀନର ସିଆରଆରସି ନୈନଜିଙ୍ଗ ପୁଜହେନ ଲିମିଟେଡ କମ୍ପାନୀ ଏଥିପାଇଁ ଟେଣ୍ଡର ଦାଖଲ କରିଥିଲା । କିନ୍ତୁ ଯୋଗୀ ସରକାର ବୈଷୟିକ ତ୍ରୁଟି ଦର୍ଶାଇ ଚୀନ କମ୍ପାନୀକୁ ଅଯୋଗ୍ୟ ବିବେଚିତ କରିଛନ୍ତି ।