ଫାବିପିରାଭିୟର ଔଷଧ ପାଇଁ ସିପ୍ଳା ପ୍ରସ୍ତୁତ


ନୂଆଦିଲ୍ଲୀ: କୋଭିଡ -୧୯ ପାଇଁ ସିପ୍ଳା ଔଷଧ କମ୍ପାନି ଫାବିପିରାଭିୟର ଔଷଧ ଲଂଚ କରିବାକୁୁ ପ୍ରସ୍ତୁତ ହୋଇଛି ବୋଲି କାଉନସିଲ ଅଫ୍ ସାଇଂଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ କହିଛି । ସିଏସଆଇଆର ଏହି ଔଷଧକୁ ବିକଶିତ କରିବା ପାଇଁ ଶସ୍ତାରେ ଶସ୍ତାରେ ଉପଲବ୍ଧ କରିଛି । ଏହା ଆକ୍ଟଭି ଫାର୍ମାସୁ୍ୟଟିକାଲ ଇନଗ୍ରେଡିଏଂଟ ସମିଶ୍ରଣ କରିବାକୁ ସିଏସଆଇଆର ଇଣ୍ଡିଆ ଇନଷ୍ଟିଚୁ୍ୟଟ ଅଫ୍ କେମିକାଲ ଟେକ୍ନୋଲୋଜି ଆଂଚିଳିକ ସ୍ତରରେ ମିଳୁଥିବା ରାସାୟନିକ ପଦାର୍ଥ ବ୍ୟବହାର କରି ସିପ୍ଳାକୁ ଏହି ଟେକ୍ନୋଲୋଜି ଦେଇଛି । ସିପ୍ଳା ଏହି ପ୍ରକି୍ରିୟାକୁ ବଢାଇବା ପରେ ଭାରତଏହି ଔଷଧ ଲଂଚ କରିବାକୁ ଡ୍ରଗ କଂଟ୍ରୋଲର ଅଫ ଇଣ୍ଡିଆକୁ ଅନୁମତି ମାଗିଛି । ଫାବିପିରାଭିୟର କେବଳ ଜରୁରୀକାଳୀନ କ୍ଷେତ୍ରରେ ଉପଯୋଗ ହେବ ବୋଲି ଡ୍ରଗ କଂଟ୍ରୋଲର ଅଫ ଇଣ୍ଡିଆ ପୂର୍ବରୁ କହିଛି । ଏହି ଟେକ୍ନୋଲଜି ଖୁବ୍ ଶୀଘ୍ର ଫଳପ୍ରଦ ହେବ ଏବଂ ସ୍ୱଳ୍ପ ସମୟରେ ବିପୁଳ ପରିମାଣର ଉତ୍ପାଦ ପ୍ରସ୍ତୁତ କରିହେବ ବୋଲି ସିଏସଆଇଆର- ଆଇଆଇସିଆର ନିର୍ଦେଶକ ଏସ୍ ଚନ୍ଦ୍ରଶେଖର କହିଛନ୍ତି ।

Comments (0)
Add Comment