ଲିପୁଲେଖରେ ଠୁଳ ହେଲେ ୧୦୦୦ ସୈନିକ


ନୂଆଦିଲ୍ଲୀ- ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର କରିବା ପରେ ଲିପୁଲେଖରେ ୧୦୦୦ ସୈନିକ ଠୁଳ କରିଛି ଚୀନ । ଲିପୁଲେଖ ଇଲାକା ଭାରତ,ନେପାଳ ଓ ଚୀନ ସୀମାକୁ ଲାଗି ରହିଛି । ନେପାଳ ଦୀର୍ଘଦିନ ଧରି ଭାରତ ସହ ବନ୍ଧୁ ରାଷ୍ଟ୍ର ଭାବେ ପରିଚିତ ହେବା ପରେ ଏବେ ଚୀନ ସହ ମିଶି ଷଡଯନ୍ତ୍ର କରୁଛି । ଲିପୁଲେଖ ଅଂଚଳରେ ଭାରତ ମାନସରୋବର ଯାତ୍ରା ପାଇଁ ରୁଟ୍ ନିର୍ମାଣ କରୁଥିବା ବେଳେ ୮୦ କିମି ରାସ୍ତାକୁ ନେପାଳ ବିରୋଧ କରୁଛି । ଏହାକୁ ନେଇ ମଧ୍ୟ ଭାରତ ଓ ନେପାଳ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୩ ମାସ ଧରି ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଉତେଜନା ଲାଗି ରହିଛି । ଦୀର୍ଘଳ ୪୫ ବର୍ଷ ପରେ ଉଭୟ ଭାରତ ଓ ଚୀନ ସେବା ମୁହାଁମୁହିଁ ହୋଇଥିଲେ । ଏହି ହିଂସାକାଣ୍ଡରେ ଭାରତର ୨୦ ଯବାନ ନିହତ ହୋଇଥିଲେ । ଭାରତ ଓ ଚୀନର ଦ୍ୱିପାକ୍ଷିକ ଆଲୋଚନା ପରେ ଲଦାଖରୁ ସୈନ ଅପସାରଣ କରି ଲିପୁଲେଖରେ ଠୁଳ କରିଛି ।

Comments (0)
Add Comment