ଜାମ୍ମୁ-କାଶ୍ମୀରିରେ ଆତଙ୍କୀ ହମଲା

ନୂଆଦିଲ୍ଲୀ- ଜାମ୍ମୁ-କାଶ୍ମୀରି ଗୁଲଗାମ ଅଂଚଳରେ ଆତଙ୍କବାଦୀ ଓ ସେନା ପକ୍ଷରୁ ଗୁଳିବିନିମୟ ହୋଇଛି । ଏହି ଘଟଣାରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଭାରତୀୟ ସେନା ଆହାତ ହୋଇଛନ୍ତି ବୋଲି ଗୁଲଗାମ ସୁପରିଟେଂନ ପୋଲିସ କହିଛନ୍ତି । ଆତଙ୍କୀ ଗୋପନୀୟତାର ସହ ରହିଥିବା ଖବର ପାଇବା ପରେ ଭାରତୀୟ ସେନା ସର୍ଚ୍ଚଅପେରସ ଆରମ୍ଭ କରିଥିଲେ । ଆତଙ୍କବାଦୀ ମାନେ ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଭାତୀୟ ସେନା କର୍ମଚାରୀ,ସିଆରପିଫ ଓ କାଶ୍ମୀରି ପୋଲିସ ଏହି ସର୍ଚ୍ଚଅପରେସନରେ ସଂପୃକ୍ତ ଥିଲେ ।

Comments (0)
Add Comment