ନୂଆଦିଲ୍ଲି: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭିର ହୋଇଥିବା ବେଳେ ଦିବ୍ରୁଗଡ ଅଲ୍ ଇଣ୍ଡିଆ ରେଡିଓ କେନ୍ଦ୍ର ଭିତରେ ପଶିଛି ବନ୍ୟା ଜଳ । ତେଣୁ ରେଡିଓ ପ୍ରସାରଣ ବନ୍ଦ ରହିଛି । ବନ୍ୟା ପ୍ରଭାବରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଭାବିତ ୧୧,୫୦୦ ଲୋକଙ୍କୁ ରିଲିଫ୍ ଶିବିରରେ ରଖାଯାଇଛି । ଧେମାଜି , ଲକ୍ଷ୍ମୀପୁର , ବିଶ୍ୱନାଥ , ଗୋଲାହାଟ , ଜୋରହାଟ , ମାଜୁଲି , ଶିବସାଗର , ଦିବ୍ରୁଗଡ , ତିନସୁକିଆ , ଆଦି ୯ଟି ଜିଲ୍ଲା ଗୁରୁବାର ଦିନ ବନ୍ୟା ପାଣି ଯୋଗୁଁ ପ୍ରଭାବିତ ହୋଇଛି । ଶୁକ୍ରବାର ଓ ଶନିବାର ଆସାମ , ଅରୁଣାଚଳ ପ୍ରଦେଶ , ନାଗାଲାଣ୍ଡ ଏଂବ ମଣିପୁରର ଅଧିକାଂଶ ଅଂଚଳରେ ଅଧିକ ବର୍ଷା ହେବ ବୋଲି ଗୈାହାଟିର ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।