ନୂଆଦିଲ୍ଲୀ- ଏଣିକି ଗାଡି ଚଳାଇବା ବେଳେ ଫୋନରେ କଥା ହେଲେ ଗଣିବେ ୧୦ ହଜାର ତଣ୍ଡ । ଦୁର୍ଘଟଣାକୁ ଏଡାଇବା ପାଇଁ ଉତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତି ନେଇଛନ୍ତି । ଯେଉଁବ୍ୟକ୍ତି ଦୁଇ ଚକିଆ ଓ ଚାରି ଚକିଆ ଗାଡି ଚଲାଇଥିବା ବେଳେ ଫୋନାର କଥା ହୋଇ ଧରାପଡନ୍ତି, ତେବେ ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ସେହିପରି କୌଣସି ବ୍ୟକ୍ତି ଯଦି ପ୍ରଥମ କରି ଯଦି ପାର୍କିର୍ଂ ନିୟମକୁ ଉଲ୍ଲଂଘନ କରନ୍ତି ତେବେ ୫୦୦ ଗଣିବାକୁ ପଡିବ । ଦ୍ୱିତୀୟଥର ନିୟମକୁ ଉଲ୍ଲଘଂନ କରନ୍ତି ତେବେ ୧,୫୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଜୁନ୍ରେ ଉତରପ୍ରଦେଶ ସରକାର ଏହି ଆଦେଶକୁ ପାରିତ କରିଥିବା ବେଳେ ଜୁଲାଇ ୩୦ରେ ଉତର ପ୍ରଦେଶ ପରିବହନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।