ନୂଆଦିଲ୍ଲୀ- କୋଭିଡ-୧୯ ପାଇଁ ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦର ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଯାତ୍ରୀଙ୍କ ପାଇଁ ୭ଦିନ ସଙ୍ଗରୋଧ ଓ ଗୋଟିଏ ସପ୍ତାହ ହୋମ କ୍ୱାରେନଂଟାଇନ ବାଧ୍ୟତାମୂଳକ ବୋଲି ବିମାନ ବନ୍ଦର କର୍ତୃପକ୍ଷ କହିଛନ୍ତି । ଏହି ନିୟମକୁ ମାନିବେ ବୋଲି ଯାତ୍ରୀମାନଙ୍କୁ ଏକ ଅଣ୍ଡରଟେକିଙ୍ଗରେ ସ୍ୱାକ୍ଷର କରିବାକୁ ପଡିବ । ଯେଉଁମାନେ ଦିଲ୍ଲୀରେ ରହିବାକୁ ଚାହୁଁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ । ପ୍ରଥମେ ବିମାନ ବନ୍ଦର ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ପରେ ଦିଲ୍ଲୀ ସରକାରୀ ପୋଷ୍ଟ ଥିବା ସ୍ୱାସ୍ଥ୍ୟ ଅଧିକାରୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଯାହାଫଳରେ ସେମାନେ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରିପାରିବେ । ଏହି ନିୟମ ଅନ୍ତଃସତ୍ୱା ମହିଳା, ପରିବାରରେ କାହାରି ମୃତ୍ୟୁ ହୋଇଥିବା ବ୍ୟକ୍ତି, ସାଘାଂତିକ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ୧୦ ବର୍ଷରୁ କମ୍ ବୟସ୍କ ପିଲାର ପିତାମାତାଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । କରୋନା ମହାମାରୀକୁ ନେଇ ମାର୍ଚ୍ଚ ମାସରୁ ଭାରତ ସରକାର ଆନ୍ତଜାର୍ତିକ ବିମାନ ଉଡାଣ ଉପରେ ରୋକ ଲଗାଇଥିଲେ । ବନ୍ଦେ ଭାରତ ମିସନ ଜରିଆରେ ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ କେବଳ ଆନ୍ତର୍ଜାତିକ ବିମା ଚଳାଚଳ ହେଉଛି । ଜୁଲାଇ ୧୫ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ଉଡାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି ଭାରତ ସରକାର