ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୫୦୪୮ ପାର

ନୂଆଦିଲ୍ଲୀ- ଗତ୨୪ ଘଂଟା ମଧ୍ୟରେ ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୫୧୬କୁ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୫୦୪୮ରେ ପଂହଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ ୨୧୩୮୮୦ ସୁସ୍ଥ ହୋଇଥିବା ବେଳେ ୧୬୮୨୬୯ ଚିକିତ୍ସାଧୀନ ଅଛନ୍ତି । ଆଜି ପର୍ଯ୍ୟନ୍ତ ୧୨୯୪୮ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

Comments (0)
Add Comment