ବଢିବ ବସ୍ ଓ ଟ୍ରକର ଲମ୍ବ ଏବଂ ଉଚ୍ଚତା

ନୂଅଦିଲ୍ଲୀ- ଅଧିକ ଯାତ୍ରୀ ଓ ଜିନିଷପତ୍ର ପରିବହନ ନିମନ୍ତେ ବସ ଓ ମାଲବାହୀ ଟ୍ରକଗୁଡିକର ଲମ୍ବ ଓ ଉଚ୍ଚତା ବଢାଇବାକୁ ପରିବହନ ମନ୍ତ୍ରାଳୟ ଅନମୋଦନ କରଛନ୍ତି ।ପୂର୍ବରୁ ବସର ଲମ୍ବ ୧୨ ମିଟିର ଥିଲା । ବର୍ତମାନ ବସ୍ ଲମ୍ବ ୧୩.୫ ମିଟିର କରିହେବ । ଯାହାଫଳରେ ଯାତ୍ରୀ ପରିବହନ କ୍ଷମତା ବୃଦ୍ଧି ପାଇବ । ସେହିଭଳି ଟ୍ରଲି ବନ୍ଦ ଥିବା ବା ଆଇଏସଓ ୧ ଫ୍ରେଟ କଂଟେନର ହେଭି ଡିୟୁଟି ଟ୍ରକଗୁଡିକର ସାମଗ୍ରିକ ଉଚ୍ଚତା ୪.୫୨ ପର୍ଯ୍ୟନ୍ତ ବୃଦ୍ଧି କରିହେବ । ହେଭି ଡିୟୁଟି ଟ୍ରକଗୁଡିକା ଉଚ୍ଚତା ୪ ମିଟିର ମଧ୍ୟରେ ସୀମିତ ରଖାଯାଇଛି । ପୂର୍ବରୁ ୩.୮ ମିଟିର ରହିଥିଲା । ଏତ୍ଦ ବ୍ୟତୀତ ପଶୁସମ୍ପଦ, ନିର୍ମାଣ ସାମଗ୍ରୀ, ମୋଟରଗାଡି ପରିବହନ ନିମନ୍ତେ ବ୍ୟବହୃତ ଟ୍ରକ, ଓ ଟ୍ରାକ୍ଟର ଟ୍ରଲରର କଂଟେନର ଉଚ୍ଚତା ୪.୭୫ ମିଟର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ମିଳିଛି ।

Comments (0)
Add Comment