୨୯୦୦ କୋଟି ଟଙ୍କାର ସେତୁ ପ୍ରକଳ୍ପ ବାତିଲ

ନୂଆଦିଲ୍ଲୀ- ବିହାରରେ ଚୀନ କମ୍ପାନି ଦ୍ୱରା ନିର୍ମାଣ ହେବାକୁ ଥିବା ୨୯୦୦କୋଟି ଟଙ୍କାର ସେତୁ ପ୍ରକଳ୍ପକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର । ଏହି ଟେଣ୍ଡର ପାଇଁ ମନୋନୀତ ହୋଇଥିବା ଚାରୋଟି ଠିକାଦାରଙ୍କ ମଧ୍ୟରୁ ଦୁଇ ଜଣ ଥିଲେ ଚୀନ ଦେଶର । ତେଣୁ କେନ୍ଦ୍ର ସରକାର ଏହି ଟେଣ୍ଡରକୁ ବାତିଲ କରିଛନ୍ତି । ଏହି ପ୍ରକଳ୍ପରେ ରହିଛି ୫.୬ କିଲୋମିଟର ଦୀର୍ଘ ଏକ ସେତୁ, ଅନ୍ୟାନ୍ୟ ଛୋଟଛୋଟ ସେତୁ, କେତେକ ଅଣ୍ଡରପାସ ଏବଂ ରେଲ ଓଭରବ୍ରିଜ । ଏହି ସେତୁ ଗଙ୍ଗାନଦୀ ଉପରେ ଥିବା ମହାତ୍ମା ଗାନ୍ଧୀ ସେତୁର ସମାନ୍ତରଳ ହୋଇ ନିର୍ମାଣ ହେବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପର କ୍ୟାବିନେଟ କମିଟି ୨୦୧୯ ଡିସେମ୍ବର ୧୬ ତାରିଖ ଦିନ ପ୍ରକଳ୍ପକୁ ମଞ୍ଜୁରୀ କରିଥିଲା ।

Comments (0)
Add Comment