ଡିସେମ୍ବର ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବେ ଆଇଟି ଓ ବିପିଓ କର୍ମଚାରୀ


ନୂଆଦିଲ୍ଲୀ- କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଇଟି ଓ ବିପିଓ କମ୍ପାନୀ କର୍ମଚାରୀ ଘରେ ରହି କାମ କରିବାକୁ ଦୂରସଂଚାର ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଘରେ କିପରି କାମ କରିବେ ସେଥିପାଇଁ କମ୍ପାନୀ ଗୁଡିକୁ ନିର୍ଦେଶ ଦିଆଯାଇଛି । ବର୍ତମାନ ୮୦ ପ୍ରତିଶତ ଆଇଟି ଓ ବିପିିଓ କର୍ମଚାରୀ ଘରେ ରହିକାମ କରୁଛନ୍ତି । ଜରୁରୀ କାମ ଥିଲେ କେବଳ ଅଫିସ ଯାଉଛନ୍ତି । ମିଳିଥିବା ସୂଚନା ଅନୂଯାୟୀ ଏପ୍ରିଲ ୩୦ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ବର୍ତମାନ ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ନିର୍ଦେଶ ଦିଆଯାଇଛି ।

Comments (0)
Add Comment