ଅଯୋଧ୍ୟା ରାମ ମନ୍ଦିର ଉଚ୍ଚତା ୧୬୧ ଫୁଟ


ନୂଆଦିଲ୍ଲୀ- ଅଯୋଧ୍ୟା ରାମ ମନ୍ଦିର ମଡେଲରେ ପରିବର୍ତନ । ୧୬୧ ଫୁଟ୍ ଉଚ୍ଚତାରେ ହେବ ରାମ ମନ୍ଦିର ନିର୍ମାଣ । ମିନ୍ଦିର କାର୍ଯ୍ୟ ଶେଷ ହେବା ପାଇଁ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଲାଗିବ । ଆସନ୍ତା ୫ ତାରିଖରେ ଭୂମିପୂଜା ହେବା ପାଇଁ ନିଷ୍ପତି ନିଆଯାଇଛି । ମନ୍ଦିରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥିବାରୁ ବହୁସଂଖ୍ୟାକ ଶ୍ରଦ୍ଧାଳୁ ମନ୍ଦିର ଆସିବାର ସମ୍ଭାବନା ଥିବାରୁ ଏହାକୁ ଅଧିକ ରୋମାଚିଂତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ଦିର ମୁଖ୍ୟ ଆର୍କିଟେକ୍ସ ସି. ସୋମପୁରାଙ୍କ ପୁଅ ନିକିଲ ସୋମପୁର କହିଛନ୍ତି । ମନ୍ଦିରରେ ଆଉ ଦୁଇଟି ମଣ୍ଡପ ନିର୍ମାଣ କରାଯିବ । ସୂଚନାଅନୁଯାୟୀ ୧୯୮୮ରେ କରାଯାଇଥିବା ଡିଜାଇନ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିତର ହୋଇଥିଲା । କିନ୍ତୁ ପୂର୍ବ ଡିଜାଇନ ଅନୁସାରେ ଉଚ୍ଚତା ଅଧିକ ହେବାକୁ ଯାଉଛି ।

Comments (0)
Add Comment