ମହାରାଷ୍ଟ୍ରରେ ଜୁଲାଇ ୩୧ ପର୍ଯ୍ୟନ୍ତ ବଢିଲା ଲକଡାଉନ

ମୁମ୍ବାଇ- ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗ ଜନକ ଭାବରେ ବଢିଚାଲିଛି । ଏଭଳି ପରିସ୍ଥିତିରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ବଳବତର ରଖିବା ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତି ନେଇଛନ୍ତି । ଯେଉଁ ସବୁ ଅଂଚଳ ଗୁଡିକ କଂଟେନମେଂଟ ଜୋନ ଘୋଷଣା କରାଯାଇଛି ସେହି ଅଂଚଳ ମାନଙ୍କରେ ଅତ୍ୟାବଶ୍ୟକ ସମଗ୍ରୀ କିଣାବିକା ଓ ମେଡିକାଲ କେସରେ ଯାଉଥିବା ଲୋକମାଙ୍କୁ ଯିବା ପାଇଁ ଅନୁମତି ମିଳିବି । ଘରୋଇ କିମ୍ବା ସରକାରୀ କାର୍ଯ୍ୟାନୁଷ୍ଠାନ ମାନଙ୍କରେ ଅବଶ୍ୟକ ଅନୁଯାୟୀ କର୍ମଚାରୀ ନିୟୋଜିତ ହେବେ । ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଆଜି ଉଦ୍ଧବ ଠାକେରେ ପ୍ଲାଜାମା ଥେରାପିର ଉଦଘାଟନ କରିବା ସହ ୧୭ ମେଡିିକାଲ କଲେଜରେ ଏହାର ଟେଷ୍ଟ କରିଛନ୍ତି । ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି ସେମାନେ ପ୍ଲାଜା ଦେଇପାରିବେ । ଯେଉଁମାନେ ଦୁର୍ବଳ ଶ୍ରେଣୀର ଲୋକ ସେମାନେ ପ୍ଲାଜା ଡେନେଟ କରିପାରିବେ ନାହିଁ ।

Comments (0)
Add Comment