କେଉଁ ବ୍ୟକ୍ତି ବିଶେଷ ଦେଇପାରିବେ ପ୍ଲାଜମା ଥେରାପି

ନୂଆଦିଲ୍ଲୀ- ପ୍ଳାଜମା ଥେରାପି ନେଇ ଦିଲ୍ଲୀ ସରକାରଙ୍କ ଅଧୀନ ଇନଷ୍ଟିଚୁ୍ୟଟ୍ ଅଫ ଲିଭର ଆଣ୍ଡ ବିଲିୟାରି ସାଇନସେସର ନିର୍ଦେଶକ ଡାକ୍ତର ଏସ କେ ସରିନ ଏକ ପରୋକ୍ଷ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ତାଙ୍କ ମତରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ୧୪ ଦିନ ପରେ ପ୍ଲାଜମା ଦେଇପାରିବେ । ୬୦-୬୫ରୁ ଅଧିକ ବୟସର ବ୍ୟକ୍ତି ପ୍ଲାଜାମା ଦେଇପାରିବେ ନାହିଁ । ସେହିଭଳି ମଧୁମେହ କିମ୍ବା ହାଇପରଟେସନ , କିଡନି, ହାର୍ଟ, ଲଙ୍ଗ ଏବଂ ଲିଭର ଜନିତରୋଗରେ ଆକ୍ରାନ୍ତ ପ୍ଳାଜମା ଦେଇପାରିବେନି । ହେମୋଗ୍ଲୋବିନ ସ୍ତର ୮ ରୁ ଅଧିକ ରହିବା ଉଚିତ । ମହିଳାଙ୍କ ଦୃଷ୍ଟିରୁ ସେମାନେ କଦାପି ଭର୍ଗବତୀ ହୋଇନଥିବେ । ଏହି ଥେରାପିର ଏକ ଭଲଦିଗ ହେଉଛି ରକ୍ତର ଗୋଟିଏ ଉପାଦାନକୁ ପ୍ରଦାନକାରୀଙ୍କୁ ଦେବାକୁ ପଡିଥାଏ । ୧୫ ଦିନ ପରେ ଦ୍ୱିତୀୟ ଥର ପାଇଁ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏହାକୁ ଦାନ କରିପାରିବା ସୁଯୋଗ ରହିଛି । ପ୍ଲାଜାମା ଦାନ କରୁଥିବା ବ୍ୟକ୍ତିଙ୍କର ପ୍ରଥମେ ଏଚଆଇଭି, ହେପାଟାଇଟିସବି ଓ ସି ଆଦିର ପରୀକ୍ଷା ହୋଇଥାଏ ।

Comments (0)
Add Comment