ନୂଆଦିଲ୍ଲୀ- ଚୀନ ସଫଳତାର ସହ ମହାକାଶଯାନ ତିଆନୱେନ୍ ୧କୁ ମଙ୍ଗଳ ଗ୍ରହକୁ ପଠାଇଛି । ଦକ୍ଷିଣ ଚୀନ ହେନାନ ପ୍ରଦେଶର ୱେଞ୍ଚାଙ୍ଗ ସ୍ପେସ ଲଂଚ ସେଂଟରରୁ ଚୀନର ମାର୍ସ ଅବି÷ର୍ଟର ତିଆନୱେନ ୧ ଲଂଚ କରାଯାଇଛି । ୨୦୦୦ ସେକେଣ୍ଡର ଉଡାଣ ପରେ ଏହି ରକେଟ ସଫଳତାର ସହ ପୃଥିବୀ-ମଙ୍ଗଳ କକ୍ଷପଥରେ ପ୍ରବେଶ କରିଛି । ଏହା ବର୍ତମାନ ମଙ୍ଗଳ ଆଡକୁ ଗତି କରିଛି । ଚୀନର ମହାକାଶଯାନ ପ୍ରାୟ ୭ ମାସ ଯାତ୍ରା ପରେ ଫେବୃଆରୀ ୨୦୨୧ରେ ମଙ୍ଗଳ ଗ୍ରହର ମାଧ୍ୟାକର୍ଷଣ ଜୋନରେ ପ୍ରବେଶ କରିବ । ଏକ ରୋଭର ସହ ଏହି ଯାନ ଯାତ୍ରା କରୁଛି । ଯଦି ଚୀନର ଏହି ମିଶନ ସଫଳ ହୁଏ,ତେବେ ଗୋଟିଏ ମିଶନରେ କକ୍ଷପଥ, ଅବତରଣ ଏବଂ ଚଳନ ସଂପୂର୍ଣ୍ଣ କରିବା ଏବଂ ସୌାର ପ୍ରଣାଳୀର ଗ୍ରହ ଅନୁସନ୍ଧାନରେ ପ୍ରଥମ ପଦକ୍ଷେପ ନେବାର ଲକ୍ଷ୍ୟ ରଖିଛି ଚୀନ । ଏତଦ୍ ବ୍ୟତିତ ଭୂପୃଷ୍ଠ ଗଠନ, ଜଳବାୟୁ ଏବଂ ପରିବେଶ ବିଷୟରେ ପତା ଲଗାଇବା ଏହି ମିଶନର ଲକ୍ଷ ରହିଛି । ୨୦୧୧ରେ ଚୀନ ମଙ୍ଗଳ ଗ୍ରହକୁ ଏକ ମିଶନ ଆରମ୍ଭ କରିଥିଲେ ମଧ୍ୟ ଋଷର ସମର୍ଥନ ନେଇ ମଧ୍ୟ ବିଫଳ ହୋଇଥିଲା ।