ନୂଆଦିଲ୍ଲୀ- ଗଲୱାନ ଭ୍ୟାଲିରେ ଚାଇନା ସହ ସହିଦ ହୋଇଥିବା ୨୦ ଜଣ ଭାରତୀୟ ଯବାନଙ୍କୁ ସମ୍ମାନୀତ କରିବାକୁ ଭାରତ ସରକାର ନିଷ୍ପତି ନେଇଛନ୍ତି । ତେବେ ସମସ୍ତ ବୀର ଯବାନଙ୍କ ନାଁ ଯୁଦ୍ଧ ସ୍ମାରକୀରେ ସ୍ଥାନିତ ହେବା ପାଇଁ କିଛି ମାସ ସମୟ ଲାଗିବ । ଜୁନ୍ ୧୫ ତାରିଖରେ ଗଲୱାନ ଭ୍ୟାଲିରେ ଭାରତ ଓ ଚାଇନା ର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଦୀର୍ଘ ୫ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ କେବେ ହେଲେ ଏଭଳି ସଂଘର୍ଷ ଦେଖାଯାଇ ନଥିଲା । ଏଥିରେ ୧୬ ବିହାର ରେଜିମଂଟର କମାଣ୍ଡିଂ ଅଫିସର ସମେତ ୨୦ ଯବାନ ସହିଦ ହୋଇଯାଇଥିଲେ ।